ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟକୁ ନେଇ ମୁହଁ ଖୋଲିଲେ ବିଜେପି ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏନେଇ ଅମିତ ସିଧା ଟାର୍ଗେଟ କରିଛନ୍ତି ବିଜେପି ନେତାଙ୍କୁ । ସେ ଆକ୍ଷେପ କରି କହିଛନ୍ତି ନିର୍ବାଚନ ପ୍ରଚାର ସମୟରେ କିଛି ବିଜେପି ନେତାଙ୍କ ବିବାଦୀୟ ବୟାନ ଓ ଉତ୍ତେଜନା ମୂଳକ ପ୍ରତିକ୍ରିୟା ନେଇ ଦିଲ୍ଲୀ ନିର୍ବାଚନରେ ଦଳକୁ କ୍ଷତି ସହିବାକୁ ପଡିଲା । ସେ କହିଛନ୍ତି ଭାରତ ପାକିସ୍ତାନ ମ୍ୟାଚ ଓ ଗୋଲିମାର ଭଳି ଉତ୍ତେଜନା ମୂଳକ ପ୍ରତିକ୍ରିୟା ଦବାର ନଥିଲା । ଟାଇମସ ନାଓ ସମ୍ମିଳନୀରେ ଯୋଗଦେଇ ଏମିତି କହିଛନ୍ତି ଶାହା । ସେ ଗଣମାଧ୍ୟମକୁ ମଧ୍ୟ ଦୋଷ ଦେଇଛନ୍ତି ।
ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଯେଉଁଭଳି ଭାବେ କହିଥିଲେ ଆଉ କିଛି ଦିନ ଗଲେ ଦେଶର ଯୁବକ ମାନେ ମୋଦିଙ୍କୁ ଗୋଡେଇ ଗୋଡେଇ ମାରିବେ । ସେ ପ୍ରସଙ୍ଗକୁ ଗଣମାଧ୍ୟମ ଏତେ ଗୁରୁତ୍ୱ ଦେଇ ନଥିଲା । ଯେଉଁଭଳି ଭାବେ ବିଜେପି ବୟାନ ଉପରେ ଗୁରୁତ୍ୱ ଦେଇଥିଲା । ସେ ଏହି ଅବସରରେ ସିଏଏ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି ଏବେ ଯେଉଁ ଚର୍ଚ୍ଚା ହେଉଛି କେବଳ ସିଏଏ ପାଇଁ ବିଜେପିକୁ ପରାଜୟ ସ୍ୱୀକାର କରାଯାଉଛି । ତାହାକୁ ସିଧା ସଳଖ ଖଣ୍ଡନ କରିଛନ୍ତି ଶାହା । ସିଏଏର ଗରୁତ୍ୱ ଓ ସକରାତ୍ମକ ଦିଗ ଉପରେ ଆଲୋଚନା ହେବା ଦରକାର । ବିଜେପି ସବୁବେଳେ ଧାରା ୩୭୦ କୁ ବିରୋଧ କରୁଥିଲା ଏବେ ମଧ୍ୟ ବିରୋଧ କରୁଛି । ସେଥିପାଇଁ ଏହାକୁ ଉଚ୍ଛେଦ କରାଯାଇଛି ।