ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ଲଗାତର ତୃତୀୟ ଦିନରେ ବି ହିଂସା କମିବାର ନା ଧରୁନି । ଦିଲ୍ଲୀର ମାହୋଲ ସୋମବାର ଦିନ ଯେଉଁ ଭଳି ଭାବେ ବିଗିଡିଥିଲା ତାକୁ କାବୁ କରିବା ପାଇଁ ସମ୍ପୂର୍ଣ୍ଣ ଦିଲ୍ଲୀ ପୋଲିସ ଚେଷ୍ଟା ଜାରି ରଖିଥିଲେ ।
ମାତ୍ର ପୁଣି ଆଜି ସକାଳୁ ମୌଜପୁର, ବାବରପୁର ଏବଂ ଜାଫରାବାଦ ଅଞ୍ଚଳରେ ପଥରମାଡ ଘଟଣା ସାମ୍ନାକୁ ଆସିଛି । ଏହାସହିତ ମୌଜପୁରରେ ଦୁଇଟି ଗାଡିକୁ ନିଆଁ ଲଗାଇ ଦିଆଯାଇଛି । ଏହି ହିଂସାରେ ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଳ ସମେତ ୭ ଜୀବନ ଚାଲିଗଲାଣି । ଏହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ୍ ଶାହା ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି । ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବି ସାମିଲ ରହିବେ ।
ସୂଚନାଯୋଗ୍ୟ, ଉତ୍ତରପୂର୍ବ ଦିଲ୍ଲୀରେ ସିଏଏ କୁ ନେଇ ହିଂସା ଜାରି ରହିଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଥିବା ଜାଣିବାକୁ ମିଳିଛି ।