ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଓଡିଶା ଆୟୋଜନ କରିବ ଚଳିତ ବର୍ଷର ଇଷ୍ଟର୍ଣ୍ଣ ଜୋନାଲ କାଉସିଲ ମିଟ । ଏହି ମିଟ ଚଳିତ ମାସ ୩୧ ତାରିଖ ଦିନ ଆୟୋଜିତ ହେବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ମିଟ ଆୟୋଜିତ ହେବ । ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଖଣି ପ୍ରସଙ୍ଗ, ନକ୍ସଲ ପ୍ରସଙ୍ଗ, ରେଳବାଇ ବିକାଶ, ଏୟାରପୋର୍ଟ ଏବଂ ଜାତୀୟ ରାଜପଥ ବିକାଶ ଆଦି ସଂପର୍କରେ ଆଲୋଚନା କରାଯିବ । ଓଡିଶାରେ ଆୟୋଜିତ ହେବାକୁ ଥିବା ଏହି ବୈଠକକୁ ବିରୋଧି ଦଳମାନେ ସ୍ୱାଗତ କରିଛନ୍ତି । ଏହି ବୈଠକରେ ଓଡିଶା ସମେତ ଝାଡଖଣ୍ଡ,ବିହାର,ପଶ୍ଚିମବଙ୍ଗ ଓ ସିକିମ ରାଜ୍ୟ ଭାଗ ନେବେ ବୋଲି ସୂଚନା ରହିଛି ।
ଅନ୍ୟପଟେ ବିଜେପି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ପ୍ରଗତି ପାଇଁ ଓଡିଶା ସରକାର ଏହି ଫୋରମରେୀ ନିଜର ଦାବି ସଠିକ ଭାବେ ଉପସ୍ଥାପନା କରିବା ଆବଶ୍ୟକ ରହିଛି । ଅନ୍ୟପକ୍ଷେ କଂଗ୍ରେସ ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବର୍ତ୍ତମାନ ନିକଟତର ଥିବାରୁ ଓଡିଶାର ସ୍ୱାର୍ଥ ହାସଲ ପାଇଁ ଉଦ୍ୟମ କରୁ । ନହେଲେ କେବଳ ଲୋକ ଦେଖାଣିଆ କରି ଏସବୁ ଅୟୋଜନ କରିବା କିଛି ଲାଭପ୍ରଦ ହେବ ନାହିଁ ବୋଲି କଂଗ୍ରେସ ତରଫରୁ ଅଭିଯୋଗ ହୋଇଛି ।