ମୁମ୍ବାଇ ( ଏଟିଆର ବ୍ୟୁରୋ): ଗତ ମଙ୍ଗଳବାର ଠାରୁ ହସ୍ପିଟାଲରେ ରହି ଚକିତ୍ସିତ ହେଉଛନ୍ତି ବିଗ ବି ଅମିତାଭ ବଚ୍ଚନ । ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତେବେ ଏନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇ ନାହିଁ । ଲିଭର ସମସ୍ୟା ଯୋଗୁ ସେ ହସ୍ପିଟାଲରେ ଆଡମିଶନ ହୋଇଥିବା ଜଣା ପଡିଛି ।
ଗତ ମଙ୍ଗଳବାର ଠାରୁ ସେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ମଙ୍ଗଳବାର ରାତି ୨ ଟାରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ତତକ୍ଷଣାତ ଆଣି ନାନାବତୀରେ ଭର୍ତ୍ତି କରାଯାଇଥିଲା । ସେଠାରେ ଏକ ସ୍ୱତନ୍ତ୍ର କୋଠରୀରେ ରଖି ତାଙ୍କୁ ଚିକିତ୍ସା କରାଯାଉଛି । ସୂଚନାଯୋଗ୍ୟ ଅମିତାଭ ଦୀର୍ଘଦିନ ହେଲା ସିରୋସିସ ରୋଗରେ ପିଡିତ ଅଛନ୍ତି । ତାଙ୍କ ଲିଭର ୭୫ ପ୍ରତିଶତ କାମ କରୁ ନଥିବା ସେ ପୂର୍ବରୁ ସୂଚନା ଦେଇଥିଲେ ।