ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁରା କଲବଲ କରି ରଖିଛି କରୋନା । ଏହାକୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହାସହିତ ସହାୟତା ପାଇଁ ଏକ ସ୍ୱତନ୍ତ୍ର ପିଏମ କେୟାର୍ସ ଫଣ୍ଡ ଖୋଲାଯାଇଛି । ଏହି ଫଣ୍ଡକୁ ବିଭିନ୍ନ ମହଲରୁ ସାହାଯ୍ୟ ମିଳୁଛି । ଇତିମଧ୍ୟରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ତାଙ୍କର ଗୋଟେ ମାସର ଦରମା ଏହି ପିଏମ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦେଇଛନ୍ତି ।
ସେହିପରି ଏହି ମାରାତ୍ମକ ଭାଇରସକୁ ରୋକିବା ପାଇଁ ଲକ୍ ଡାଉନ୍ ପ୍ରକ୍ରିୟାକୁ କଡାକଡି କରିବା ଲାଗି ସମସ୍ତଙ୍କୁ ନିବେଦନ କରିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ।
ସାରାଦେଶରେ କାୟା ମେଲାଇଛି ଏହି ମାରାତ୍ମକ ଭାଇରସ କରୋନା । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟ ୧୧ ଶହ ଟପିଲାଣି ।