ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ -ପାକିସ୍ତାନ ସୀମାରେ ପୁଣି ଆଉ ଡ୍ରୋନ୍ ଧରା ହୋଇଛି । ଏହି ଡ୍ରୋନ୍ ଟି ଅଟାରୀ ବର୍ଡର ପାଖରେ ପଞ୍ଜାବ ପୋଲିସ ର ଅପରେଶନ ସେଲ,ପାକିସ୍ତାନ ଡ୍ରୋନକୁ କାବୁ କରିଛି । ଇତି ମଧ୍ୟରେ ଜଣେ ବ୍ୟକ୍ତିଙ୍କୁ ଜେରା କରାଯାଇଛି । ରିପୋର୍ଟ ମୁତାବକ ଖାଲିସ୍ତାନ ଜିନ୍ଦାବାଦ ଫୋର୍ସ ସହିତ ମିଶି ଜୈଶ-ଏ-ମୋହମ୍ମଦଙ୍କ ଆତଙ୍କି ହମଲାର ଷଡଯନ୍ତ୍ର ରଚାଯାଉଛି । ଏହି ଡ୍ରୋନ ସହିତ ଅସ୍ତ୍ରଶସ୍ତ୍ର, ନକଲି କରେନ୍ସି ଏବଂ ଡ୍ରଗ୍ସ ଆଦି ଥିଲା କି ନଥିଲା ସେନେଇ ଏବେ ପଞ୍ଚାବ ପୋଲିସ କିଛି କହିବା ପାଇଁ ପ୍ରସ୍ତୁତ ନାହିଁ ।
ପୋଲିସ ରିମାଣ୍ଡ ବେଳେ ଖାଲିସ୍ତାନ ଜିନ୍ଦାବାଦ ଫୋର୍ସ ର ଆତଙ୍କବାଦୀ ଖୁଲାସା କରିଛନ୍ତି କି ଏବେ ତରନତାରଣ ଏବଂ ଆଖପାଖ ଅଞ୍ଚଳରେ ପାକିସ୍ତାନରୁ ପଠାଯାଇଥିବା ଆହୁରୀ ୪ ଟି ଡ୍ରୋନ ଚୁଲାଇ ରଖାଯାଇଛି । ଅସ୍ତ୍ରଶସ୍ତ୍ର ଭରି ହୋଇ ଏହି ଡ୍ରେନ ପାକିସ୍ତାନରୁ ଭାରତ ସୀମାକୁ ଆସିଥିଲା କିନ୍ତୁ ଅସ୍ତ୍ରଶସ୍ତ୍ରର ଓଜନ ଅଧିକ ହେବା ଯୋଗୁଁ ଏଠାରେ ଲାଣ୍ଡିଂ କରିଥିଲା ଏବଂ ଏହାପରେ ଆତଙ୍କବାଦୀ ମାନେ କିଛି ଡ୍ରୋନକୁ ଜଳାଇ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ତ ପୁଣି କିଛି ଡ୍ରୋନକୁ ଲୁଚାଇ ରଖିଛନ୍ତି । କିଛି ଦିନ ପୂର୍ବରୁ ପଞ୍ଜାବ ସରକାର ପକ୍ଷରୁ କୁହାଯାଇଥିଲା କି, ପାକିସ୍ତାନ ଡ୍ରୋନ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋଟକ ପଠାଉଛି । ପୋଲିସ ସୂତ୍ର ମୁତାବକ ଏକେ-୪୭ ରାଇଫଲ୍ସ ଏବଂ ଭାରି ମାତ୍ରାର ଗ୍ରେନେଡକୁ ଡ୍ରୋନ ଜରିଆରେ ଅମୃତସର ପଠାଯାଇଛି ।
ଭାରତ- ପାକିସ୍ତାନ ମଧ୍ୟରେ ଲାଗିଥିବା ଦ୍ୱନ୍ଦ ପରିସ୍ଥିତିରେ ପାକିସ୍ତାନ ଲଗାତର ଭାବେ ଭାରତ ସୀମାକୁ ପଶିବା ପାଇଁ ଚେଷ୍ଟା କରୁଛି । ମାତ୍ର ସୀମାରେ ଭାରତୀୟ ସେନାଙ୍କ ସକ୍ରିୟତା ପାଇଁ ପାକିସ୍ତାନ ସଫଳ ହୋଇପାରୁ ନାହିଁ । ସେଥିପାଇଁ ଡ୍ରୋନ ଜରିଆରେ ଭାରତ ସୀମାରେ ପଶିବା ପାଇଁ ଚେଷ୍ଟା କରୁଛି ପାକିସ୍ତାନ । ସେପଟେ ପଞ୍ଜାବରେ ପାକିସ୍ତାନ ଦ୍ୱାରା ଚାଇନିଜ ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ପହଁଚାଇବା ଘଟଣାକୁ ଏବେ ସରକାର ଗମ୍ଭୀରତାର ସହ ନେଇଛନ୍ତି । କେନ୍ଦ୍ରସରକାର ପକ୍ଷରୁ ସୀମାରେ ସେନାଙ୍କୁ ସକ୍ରିୟ ରହିବା ସହ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।