ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ରାହୁଳଗାନ୍ଧିଙ୍କ ନାଗରିକତ୍ୱକୁ ନେଇ ଚାଲିଥିବା ବିବାଦକୁ ସୁପ୍ରିମ କୋର୍ଟ ଶୁଶାଣି କରିବେ । କିଛି ଦିନ ହେଲା ରାହୁଳ ଗାନ୍ଧି ଭାରତୀୟ ନାଁ ବ୍ରିଟିସ ବୋଲି ବିଜେପି ନେତା ସୁବ୍ରମନ୍ୟମ ସ୍ୱାମୀ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଗୃହମନ୍ତ୍ରଣାଳୟ ରାହୁଳଙ୍କୁ ନୋଟିସ ଜାରି କରିଥିଲା । ସୂଚନାଯୋଗ୍ୟ ରାହୁଳ ବ୍ରିଟିସରେ ଏକ କମ୍ପାନୀରେ ସଚିବଥିବା ଅଭିଯୋଗ ଆଣିଥିଲେ ସ୍ୱାମୀ । ଏପରିକି ରାହୁଳ ସେଥିରେ ବ୍ରିଟେନର ନାଗରିକ ବୋଲି ଦର୍ଶାଇଥିବା ପ୍ରମାଣ ସ୍ୱାମୀ ସାମ୍ନାକୁ ଆଣିଥିଲେ । ତେବେ ଏହି ଘଟଣାକୁ ନେଇ ସ୍ୱାମୀ ଓ ଗୃହମନ୍ତ୍ରଣାଳୟ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
ଯାହାକୁ ନେଇ ଗତ ଦୁଇଦିନ ହେଲା ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋର ଧରିଥିଲା । ଏମିତିକି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ କି ରାହୁଳ କେଉଁଠିକାର ନାଗରିକ ସେ ତାଙ୍କ ଦଳର କର୍ମୀଙ୍କ ପାଖରେ ଉତ୍ତର ରଖନ୍ତୁ ବୋଲି କହିଥିଲେ । ତେବେ ଏନେଇ ସ୍ୱାମୀ ଗୃହମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିବା ପରେ ଗୃହମନ୍ତ୍ରଣାଳୟ କୋର୍ଟର ଦ୍ୱାରଥ ହୋଇଥିଲେ । ଗୃହମନ୍ତ୍ରଣାଳୟ ଏହାକୁ ଭତ୍ତି କରି ରାହୁଳଙ୍କ ମତଦାନ ଅଧିକାର ଓ ରାହୁଳ କରିଥିବା ନାମାଙ୍କନକୁ ରଦ୍ଦ କରିବାକୁ ଦର୍ଶାଇଛି । ତେବେ ରାହୁଳଙ୍କ ନାମରେ କରାଯାଇଥିବା ଏହି ମାମଲାର ଶୁଣାଣି ସୁପ୍ରିମ କୋର୍ଟ କରିବେ ବୋଲି କୋର୍ଟ ନିଜ ପକ୍ଷରୁ ଜଣାଇଛନ୍ତି । ଆଗାମି ସପ୍ତାହରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ଜଣା ପଡିଛି ।