ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଭାରତର ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିନ । ଏକ ଗରିବ ମୁସଲିମ ପରିବାରରେ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମରେ ଅବଦୁଲ କଲାମଙ୍କ ଜନ୍ମ। କଲାମ ମିସାଇଲ ମ୍ୟାନ ଭାବେ ପୂରା ଦେଶରେ ଜଣାଶୁଣା । ଭାରତରେ କ୍ଷେପଣାସ୍ତ୍ର କାର୍ୟ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇବାରେ କଲାମଙ୍କ ଅବଦାନ ଅତୁଳନୀୟ । ୨୦୦୨ରୁ ୨୦୦୭ ପର୍ୟ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ କଲାମ ।
ରାଷ୍ଟ୍ରପତି ଭାବେ କଲାମ ଯେତେବେଳ ରାଷ୍ଟ୍ରପତି ଭବନ ଯାଇଥିଲେ ସେତେବେଳେ ସାଙ୍ଗରେ ଥିଲା ତାଙ୍କର ମାତ୍ର ଦୁଇଟି ସୁଟକେସ ,ଆଉ କାଯ୍ୟକାଳ ସରିବା ପରେ ଯେତେବେଳ ରାଷ୍ଟ୍ରପତି ଭବନରୁ ଫେରିଥିଲେ ସେତେବେଳେ ମଧ୍ୟ ତାଙ୍କ ସହ ଥିଲା ସେଇ ଦୁଇଟି ସୁଟକେସ । କେବଳ ସେତିକି ନୁହେଁ ୨୦୦୨ ମସିହାରେ ରାଷ୍ଟ୍ରପତି ହେବା ପରେ କାଲାମ କେରଳ ଯାଇଥିବା ବେଳେ ଦୁଇଜଣ ସ୍ୱତନ୍ତ୍ର ଅତିଥିଙ୍କୁ ରାଜଭବନକୁ ନିମନ୍ତ୍ରଣ କରିଥିଲେ। ଜଣେ ଥିଲେ ଜୋତା ମରାମତି କରୁଥିବା ମୋଚି ଏବଂ ଅନ୍ୟଜଣେ ଢାବା ମାଲିକ ଯାହା ସେ ସମୟରେ ତାଙ୍କୁ ଏକ ବିଶାଳ ହୃଦୟର ପରିଚୟ ଦେଇଥିଲା ।
୭ ଜୁଲାଇ ୨୦୧୫ ମେଘାଳୟ ଶିଲଂରେ ହୃଦଘାତ ଯୋଗୁଁ ୮୩ ବର୍ଷ ବୟସରେ କାଲାମଙ୍କ ନିଧନ ହୋଇଥିଲା। ସବୁବେଳେ କିଛି ନୂଆ ଶିଖିବାର ଇଚ୍ଛା ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରି ଗଢି ତୋଳିଥିଲା । ସେ କହିଯାଇଥିବା କିଛି ଅମୃତ କଥା ଆଜି ବି ପ୍ରତ୍ୟକ ଭାରତୀୟଙ୍କ ମନରେ ଏକ ନୂଆ ଶକ୍ତି ସଂଚାର କରେ ।