ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏପିଜେ ଅବଦୁଲ କଲାମ, ଯାହାଙ୍କ ନାମ ହିଁ ସତ୍ୟ ଓ ନିଷ୍ଠା ପରାକାଷ୍ଠାର ଏକ ଏକ ଅନନ୍ୟ ପ୍ରତୀକ । ଯିଏ କି ଜଣେ ଏଭଳି ବ୍ୟକ୍ତି ଯାହାଙ୍କୁ ଯେଉଁ ସମୟରେ ଯେଉଁ ଗୁରୁ ଦାୟିତ୍ୱ ମିଳିଛି ତାହାକୁ ସେ ସୂଚନାର ରୂପେ ସଂପାଦନା କରିଛନ୍ତି । ସେଥିପାଇଁ ସେ ଆଜି ଭାରତୀୟଙ୍କ ପାଇଁ ଏକ ଉଦାହରଣ । ସେ ଏକାଧାରାରେ ଥିଲେ ଜଣେ ସାହିତ୍ୟକ, ଜଣେ ମହାନ ବିଚାରକ , ବୈଜ୍ଞାନିକ , ରାଜନୀତିଜ୍ଞ । ଭାରତରେ ଅନେକ ରାଷ୍ଟ୍ରପତି ଆସିଛନ୍ତି ମାତ୍ର ଆଜି ବି ଏପିଜେ ଅବଦୁଲ କଲାମ ଏକ ଚର୍ଚ୍ଚିତ ନାମ ହୋଇ ରହି ଯାଇଛି । ଯେକି ରାଷ୍ଟ୍ରପତି ହେଲା ପରେ ମଧ୍ୟ ଆଡମ୍ବର ଜୀବନ ଯାପନ ଠାରୁ ଦୂରେଇ ସରଳ ଜୀବନ ଯାପନ କରିଥିଲେ ।
ସେଥିପାଇଁ ସେ ସବୁବେଳେ ଗୋଟିଏ କଥା କହିଥାନ୍ତି “ ସ୍ୱପ୍ନ ତାହା ନୁହେଁ ଯାହା ଶୋଇକି ଦେଖାଯାଏ । ସ୍ୱପ୍ନ ତାହା ଯାହା ଶୋଇବାକୁ ଦିଏନି । କଲାମଙ୍କ ଏହି ଉକ୍ତି ଆଜି ବି ପ୍ରତ୍ୟକ ଭାରତୀୟଙ୍କ ମନରେ ଅଦମ୍ୟ ଇଚ୍ଛା ଶକ୍ତିକୁ ଯାଗ୍ରତ କରାଇଥାଏ । ଆଜିକୁ ଠିକ ଚାରି ବର୍ଷ ତଳେ ଏହି ମହାପୁରୁଷଙ୍କ ଦୋହନ୍ତ ହୋଇଥିଲା ମେଘାଳୟର ସିଲାଙ୍ଗରେ । ତେବେ ଆସ୍ତୁ ଜାଣିବା ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଜୀବନ ସଂଘର୍ଷର କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ।
ତାମିଲନାଡୁର ରାମେଶ୍ୱରମରେ ୧୫ ଅକ୍ଟୋବରରେ ଜନ୍ମ ନିଅନ୍ତି ଏହି ଜନ ନାୟକ । ଜଣେ ସାଧାରଣ ନୌକା କାରିଗରଙ୍କ କୋଳରେ ଜନ୍ମ ନେଇଥିବା କଲାମଙ୍କର ସ୍ୱପ୍ନ କିନ୍ତୁ ଥିଲା ଅସୁମାରୀ । କିଛି ନୂଆ କରିବାର ଚିନ୍ତାଧାରା ହିଁ ତାଙ୍କୁ ସବୁବେଳେ କରି ପକାଉଥିଲା ଅସ୍ତବ୍ୟସ୍ତ । ପରିବାରର ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନଥିଲେ ମଧ୍ୟ ସବୁବେଳେ ସେ କିଛି ନାଁ କିଛି ଭାବୁଥିଲେ । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଚଳ ନଥିବାରୁ ସେ ସ୍କୁଲରୁ ପାଠ ପଢି ସାରି ଆସିବା ପରେ ବଡଭାଇ ମୁସ୍ତଫା କଲାମଙ୍କ ଦୋକାନରେ ବସି ପଡୁଥିଲେ । ଯେଉଁ ଦୋକାନଟି ଥିଲା ରାମେଶ୍ୱରମ ରେଳ ଷ୍ଟେସନ ନିକଟରେ । ଯେତେବେଳ ସେଠାରେ ତାଙକ ପାଠ ପଢା ସରିଗଲା ସେ ରାମେଶ୍ୱରମ ଠାରୁ ବାହାରକୁ ଯାଇ ପାଠ ପଢିବା ପାଇଁ ତାଙ୍କ ପିତାଙ୍କୁ କହିଥିଲେ ସେତେବେଳେ ତାଙ୍କ ପିତା ତାଙ୍କୁ ଗୋଟିଏ କଥା କହିଥିଲେ ଆମ ପ୍ରେମ ତୁମକୁ କେବେ ବାନ୍ଧି ରଖି ପାରିବ ନାହିଁ । ଆମେ ବାଧ୍ୟ କଲେ ତୁମ ଶରୀରତ ଏଠି ରହିବ ମାତ୍ର ତୁମ ମନ ନୁହେଁ ।
୧୯୫୦ ମସିହାରେ ସେ ଇଣ୍ଟମିଡିଏଟ ପଡିବା ପାଇଁ ଗଲେ ସହର ବାହାରକୁ । ସେଠାରେ ସେ ବିଏସି ପଢିବା ପାଇଁ ସ୍ଥିର କଲେ । ପୁଣି ଚନ୍ତା କଲେ ତାଙ୍କୁ ବିଏସି ବଢିବାର ନଥିଲା । ତାଙ୍କର ସ୍ୱପ୍ନ କିଛି ଅଲଗା ରହିଥିଲା । ସେ ଇଞ୍ଜିନିୟର ହେବା ପାଇଁ ଚାହୁଁଥିଲେ । ସେ ଚାହୁଥିଲେ ମାଦ୍ରାସ ଇସ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ରେ ଆଡମିସନ ନେବେ । ପୁଣି ଇଞ୍ଜିନିୟରିଂ ପରେ ଚିନ୍ତା କଲେ ସେ ହେବେ ଏୟାରକ୍ରାଫ ଓ ପାଇଲଟ ହେବା ପାଇଁ । ଏବଂ ପୁଣି ଚିନ୍ତା କଲେ ରକ୍ଷା ମନ୍ତ୍ରଣାଳୟର ବୈଜ୍ଞାନିକ ହେବା ପାଇଁ । ତାଙ୍କର ଅଦମ୍ୟ ଇଚ୍ଛା ଶକ୍ତି ହିଁ ତାଙ୍କୁ ଆଜି ବିଶ୍ୱ ଦରବାରରେ ପରିଚୟ ଦେଇଛି ।
ଜାଣନ୍ତୁ ତାଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।
୧ . ୨୦୦୨ ରେ ରାଷ୍ଟ୍ରପତି ହେବା ସମୟରେ ଅତିଥି ଭାବେ ଚୟନ କରିଥିଲେ । ଜଣେ ଯୋତା ମରାମତି ବାଲା ଏବଂ ଅନ୍ୟ ଜଣେ ଢାବା ମାଲିକ । ତୀରୁଅନନ୍ତ ପୁରରେ ରହିବା ସମୟରେ ତାଙ୍କର ଏମାନଙ୍କ ସହିତ ବନ୍ଧୁତ୍ୱ ହୋଇଥିଲା ।
୨. ରାଷ୍ଟ୍ରପତି ହେବା ପରେ ନିଜ ପରିବାର ପାଇଁ କିଛି ବି ଅର୍ଥ ସଞ୍ଚୟ କରି ନଥିଲେ । ସେ ନିଜର ସବୁ ଅର୍ଜିତ ଧନ ଏବଂ ରାଷ୍ଟ୍ରପତି ହେବା ପରେ ପାଉଥିବା ବେତନକୁ ଏକ ଟ୍ରଷ୍ଟକୁ ଦାନ କରିଥିଲେ । ସେ ସେତେବେଳେ ଗୋଟାଏ ସରକାର ଯଦି ମୋ ସବୁ ଖବର ବୁଝିବେ ତେବେ ମୋର ଧନ କ’ଣ ହେବ ।
୩. ସେହିଭଳି ବାରଣାସୀରେ ଏକ ଆଇଆଇଟି କଲେଜକୁ ଅତିଥି ହୋଇ ଯିବା ସମୟରେ ସେଠାରେ ସେ ସୌଖିନ ଚେୟାରରେ ବସିବେ ନାହିଁ ବୋଲି ମନା କରିଥିଲେ ।