ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଜଳୁଛି ବିଦ୍ରୋହର ବହ୍ନି । ଉତ୍ତର ପ୍ରଦେଶଠୁ ନେଇ ଦିଲ୍ଲୀ , ହରିୟାଣା, ବିହାର, ପଶ୍ଚିମବଙ୍ଗ ଏବଂ ଓଡିଶାରେ ହିଂସାତ୍ମକ ଆଚାରଣ ଦେଖିବାକୁ ମିଳିଛି । ଏହି ଯୋଜନାକୁ ବିରୋଧ କରି ବିକ୍ଷୋଭକାରୀମାନେ ଶୁକ୍ରବାର ଭାରତୀୟ ରେଲୱେର ଅନେକ ଟ୍ରେନ ଡବାକୁ ଜାଳି ଦେଇଛନ୍ତି । ଯାହାଦ୍ୱାରା ରେଲୱେର ଅନେକ କ୍ଷତି ହୋଇଛି । ଏହାରି ମଧ୍ୟରେ କେନ୍ଦ୍ର ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିକ୍ଷୋଭକାରୀଙ୍କୁ କୌଣସି ପ୍ରକାର ହିଂସାତ୍ମକ କାଣ୍ଡ ନକରିବା ପାଇଁ ଅପିଲ କରିଛନ୍ତି ।
ସେ କହିଛନ୍ତି କି, ମୋର ସମସ୍ତଙ୍କୁ ନିବେଦନ ରେଳ ଆପଣଙ୍କ ଓ ରାଷ୍ଟ୍ରର ସମ୍ପତ୍ତି । ଆପଣମାନେ କୌଣସି ପ୍ରକାର ହିଂସା ପ୍ରଦର୍ଶନ କରନ୍ତୁ ନାହିଁ । ଆପଣଙ୍କ ସେବା ପାଇଁ ରହିଛି ରେଲୱେ ସମ୍ପତ୍ତି । ସେଥିପାଇଁ ବିଲକୁଲ ଏହାକୁ କ୍ଷତି ପହଁଚାନ୍ତୁ ନାହିଁ ।