ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ତିନି ଶସସ୍ତ୍ର ବଳ ନିମନ୍ତେ ସ୍ୱାଧିନତା ଦିବସ ଅବସରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ନିଯୁକ୍ତି ପାଇଁ ଲାଲକିଲା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ସେନାମାନଙ୍କ ମଧ୍ୟରେ ଆପୋଷ ତାଳମେଳା ରଖିବା ପାଇଁ ସିଡିଏସ୍ କାମ କରିବ ।
ଭାରତର ରକ୍ଷା ସୁଧାର ପାଇଁ କାରଗିଲ ଯୁଦ୍ଧ ଉପରେ ଗଠନ ହୋଇଥିବା କମିଟିର ସୁପାରିଶ ପରେ ଏହାର ଦାବି କରାଯାଉଥିଲା । ଜଳ , ସ୍ଥଳ ଏବଂ ବାୟୁସେନା ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରିବା ପାଇଁ ଜେନେରାଲ ବିପିନ ରାୱତଙ୍କୁ ଏହି ପଦରେ ନିଯୁକ୍ତି କରାଯାଇପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାନୁଯାୟୀ,ନଭେମ୍ବର ଯାଏଁ ଏକ ଶୀର୍ଷ ସ୍ତରୀୟ କାର୍ଯ୍ୟାନ୍ୱୟନ ସମିତି ସିଡିଏସର ଭୂମିକା ବିଷୟରେ ସ୍ପଷ୍ଟ କରିବ । ବାୟୁସେନା ପ୍ରମୁଖ ଏୟାର ଚିଫ୍ ମାର୍ଶଲ ବି ଏସ ଧନୋଆ ସେପ୍ଟେମ୍ବର ୩୦ ରେ ସେବାନେତୃତ୍ୱ ହେବେ । ମାତ୍ର ଡିସେମ୍ବର ୩୧ ଯାଏଁ ଜେନେରାଲ ବିପିନ୍ ରାୱତଙ୍କର କାର୍ଯ୍ୟକାଳ ରହିଛି ।
ସେପଟେ ଚିଫ୍ ଅଫ୍ ଡିଫେନ୍ସ ପଦରେ ନିଯୁକ୍ତି ହେବା ପରେ ଯୁଦ୍ଧ ସମୟରେ ତିନି କ୍ଷେତ୍ରର ସେନାଙ୍କ ମଧ୍ୟରେ ସମନ୍ୱୟ ସ୍ଥାପିତ ହୋଇପାରିବ । ଏହାସହିତ ଯୁଦ୍ଧ ସମୟରେ ସିଙ୍ଗଲ ପଏଣ୍ଟ ଆଦେଶ ଜାରି କରାଯିବ । ଅର୍ଥାତ ଗୋଟିଏ ସ୍ଥାନରୁ ତିନି ସ୍ତରର ସେନାଙ୍କୁ ଆଦେଶ ଜାରି କରାଯିବ । ଯାହାଦ୍ୱାରା ସେନାଙ୍କ ରଣନୀତି ପ୍ରଥମରୁ ଅଧିକ ପ୍ରଭାବଶାଳୀ ହୋଇଯିବ । ଯାହାଫଳରେ ଅଧିକ ମାତ୍ରାରେ କ୍ଷତି ହେବାରୁ ରକ୍ଷା ପାଇ ପାରିବେ ।