ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନ ବିବାଦକୁ ନେଇ ଭାରତୀୟ ସେନା ପ୍ରମୁଖ ମନୋଜ ମୁକୁନ୍ଦ ନରଭଣେ କହିଛନ୍ତି କି, ସୀମାରେ ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଭାରତ-ଚୀନ ମଧ୍ୟରେ ସେନା ସ୍ତରକୁ ନେଇ ଅନେକ ସ୍ତରରେ ଆଲୋଚନା ଜାରି ରହିଛି । ଏହାସହିତ ଆମେ ବିଭିନ୍ନ ପ୍ରକାରର ବିବାଦୀୟ ପ୍ରସଙ୍ଗକୁ ସମାଧାନ କରିବା ପାଇଁ ସକ୍ଷମ ।
ସେ ଆହୁରି ମଧ୍ୟ କହିଛନ୍ତି କି, ଦେଶବାସୀ ଭରଶା ରଖନ୍ତୁ କି ଚୀନ ସହିତ ସୀମା ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହାସହିତ ଆଲୋଚନା ପରେ ଉଭୟ ପକ୍ଷ ପଛକୁ ହଟିଛନ୍ତି । ମୋର ବିଶ୍ୱାସ ରହିଛି କି ଭାରତ-ଚୀନ ମଧ୍ୟରେ ସୀମା ରେଖାକୁ ନେଇ ଯାହା ବିବାଦ ରହିଛି ତାହା ବହୁତ ଶୀଘ୍ର ସମାଧାନ ହୋଇଯିବ ।
ଅନ୍ୟପଟେ ନେପାଳ ସହ ବିବାଦକୁ ନେଇ ସେନା ପ୍ରମୁଖ କହିଛନ୍ତି କି, ତାଙ୍କ ସହିତ ଆମର ଭୌଗୋଳିକ, ସାଂସ୍କୃତିକ, ଐତିହାସିକ ଏବଂ ଧାର୍ମିକ ସମ୍ବନ୍ଧ ରହିଛି । କେବଳ ଏତିକି ନୁହେଁ ଦୁଇ ଦେଶ ମଧ୍ୟରେ ବନ୍ଧୁତା ସମ୍ପର୍କ ମଧ୍ୟ ରହିଛି । ନେପାଳ ସହିତ ପୂର୍ବରୁ ଆମ ବନ୍ଧୁତା ଭଲ ରହିଛି ଏବଂ ଆଗକୁ ମଧ୍ୟ ରହିବ ।