ଲେହ(ଏଟିଆର ବ୍ୟୁରୋ):ଭାରତୀୟ ଯବାନ ମାନେ ସବୁ ବେଳେ ନିଜ ଜୀବନକୁ ବାଜି ଲଗାଇ ଆମକୁ ସୁରକ୍ଷା ପ୍ରଦାନ କରିଥାନ୍ତି । ତେବେ ଆଜି ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାୱଣ ସିଆଚେନରେ ପହଞ୍ଚିଛନ୍ତି । ସିଆଚେନରେ ମୁତୟନ ଥିବା ଯବାନ ମାନଙ୍କୁ ସେନାମୁଖ୍ୟ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ସିଆଚେନରେ ପାଗ ଖରାପ ରହିଛି । ତଥାପି ଏହାକୁ ଖାତିରି ନକରି ଭାରତୀୟ ଯବାନ ମାନେ ସେଠାରେ ନିଜର କର୍ତ୍ତବ୍ୟ କରୁଛନ୍ତି ।
ଏହାକୁ ନେଇ ସେନାମୁଖ୍ୟ ନରାୱଣେ ଯବାନ ମାନଙ୍କୁ ପ୍ରଶଂସା କରିଛନ୍ତି । ସିଆଚେନରେ ମୁତୟନ ଥିବା ଯବାନ ମାନଙ୍କ ପାଖରେ କିଭଳି ଅବଶ୍ୟକ ଖାଦ୍ୟ ପଦାର୍ଥ ଓ ପୋଷାକ ଠିକ ସମୟରେ ପହଞ୍ଚିପାରିବ ସେନେଇ ଉଦ୍ୟମ ଅବ୍ୟାହତ ରହିଥିବା କଥା ନରାୱଣେ କହିଛନ୍ତି । ସୂଚନା ଯୋଗ୍ୟ ଥାଉ କି ସେନାମୁଖ୍ୟ ହେବା ପରେ ନରାୱଣେ ପ୍ରଥମ ଥର ପାଇଁ ସିଆଚେନ ଗସ୍ତରେ ଯାଇଛନ୍ତି ।