ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ସାରା ବିଶ୍ୱ କରୋନା ସହିତ ଯୁଦ୍ଧ କରୁଥିବା ବେଳେ ଆତଙ୍କୀ କିନ୍ତୁ ତାଙ୍କ କୁକର୍ମରେ ଲିପ୍ତ ରହିଛନ୍ତି । ଏବେବି ପଡୋଶୀ ରାଷ୍ଟ୍ର ପାକିସ୍ତାନର ଆତଙ୍କୀ ଭରତ ବିରୁଦ୍ଧରେ ଷଡଯନ୍ତ୍ର ଆରମ୍ଭ ଚଳାଇଛି । ଏହଭଳି ଏକ ଦୁଃଖଦ ସମୟରେ ଫାଇଦା ନେଇ ଆତଙ୍କୀ ଏକ ବଡ ହମଲା କରିବାକୁ ଯୋଜନା କରୁଛନ୍ତି । ତେବେ ଗତକାଲି ଭାରତ ପକ୍ଷରୁ ଏକ ସ୍ୱତନ୍ତ୍ର ଅପରେସନ କରାଯାଇଥିଲା । ଆତଙ୍କୀ ଏଲଓସିରେ ଶତୃ ପକ୍ଷର ଲଞ୍ଚ ପ୍ୟାଡକୁ ଉହାଇ ଦେଇଛି ଭାରତ ।
BIG: India targets Pakistani positions after Pakistan violates ceasefire repeatedly during global #COVID19 pandemic. Precision targeting by Indian Army of Pakistani Gun Positions in PoK, terrorist launch pads and Pakistani ammunition dumps. Heavy casualties reported in Pak. pic.twitter.com/pbhYRELdKJ
— Aditya Raj Kaul (@AdityaRajKaul) April 10, 2020
ସୂଚନାଯୋଗ୍ୟ ଗତକାଲି ଅର୍ଥାତ ଶୁକ୍ରବାର ସକାଳେ ପାକିସ୍ତାନ ସେନା ଅସ୍ତ୍ରବିରତୀ ଉଲ୍ଲଘଂନ କରିଥିଲା । ତେବେ ଯାହାର ପ୍ରତିଯବାବ ଦେଇଥିଲା ଭାରତ । ଭାରତ କାଶ୍ମୀରର କୁପୱରା ନିକଟରେ ଗୁଳି ବର୍ଷା କରିଥିଲା । ଯେଉଁଥିରେ ଭାରତ ଶତୃପକ୍ଷର ଗୋଟିଏ ଲଞ୍ଚ ପ୍ୟାଡକୁ ଧ୍ୱଶଂ କରି ଦେଇଥିଲା । ଯାହାର ଏକ ଭିଡିଓ ମଧ୍ୟ ଟ୍ୱିଟରରେ ଜାରି କରାଯାଇଛି ।