ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଜାମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପାରଠାରୁ ବିଜେପି କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳୁଛି । ଆରମ୍ଭରୁ ହିଁ ଏହି ବିଲକୁ ଗୃହରେ କଂଗ୍ରେସ ବିଣୋଦ କରିଥିଲା । ତେବେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଜାମ୍ମୁକାଶ୍ମୀରରୁ ୩୭୦କୁ ଉଚ୍ଛେଦ କରାଯାଇଛି । ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ହିଂସା ଦେଖା ଦେଉଛି ବୋଲି କଂଗ୍ରେସ ଦାବି କରି ଆସିଛି । ଖୋଦ ରାହୁଲ ଗାନ୍ଧି କହିଥିଲେ ସାମା ବତ୍ତୀ ଅଞ୍ଚଳରେ ହିଂସା ହୋଇଥିବ ସେ ଖବର ପାଇଛନ୍ତି । ଯାହାକୁ ଖୋଦ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ଖଣ୍ଡନ କରିଛନ୍ତି ।
ଶ୍ରୀ ମଲ୍ଲିକ ଗଣମାଧ୍ୟର ପ୍ରତିନିଧିକଙ୍କ ଏକ ପ୍ରଶ୍ନରେ ଉତ୍ତର ଦେଇ କହିଛନ୍ତି “ କାଶ୍ମୀରର ସ୍ଥିତି ଦେଖିବା ପାଇଁ ମୁଁ ରାହୁଳ ଗାନ୍ଧିଙ୍କ ନିକଟକୁ ଏକ ସ୍ୱତନ୍ତ୍ର ବିମାନ ପଠାଇବି । ଯେଉଁଥିରେ ସେ ନିଜେ ଆସି କାଶ୍ମୀରର ସ୍ଥିତି ଦେଖିଯିବେ । ସୂଚନାଯୋଗ୍ୟ ଗତ ଶନିବାର ରାହୁଲ ଗାନ୍ଧି କହିଥିଲେ ୩୭୦ ଉଚ୍ଛେଦ ପରେ ହିଂସା ଘଟିଥିବା ଖବର ପ୍ରକାଶ ପାଇଛି । ଏ ନେଇ ପ୍ରଧାନମନ୍ତ୍ରୀ ପାରଦର୍ଶିତାର ସହିତ ଚିନ୍ତା ପ୍ରକଟ କରିବା ଦରକାର ।
ଯାହାର ଉତ୍ତରରେ ରାଜ୍ୟପାଳ ସତ୍ୟପାଲ ମଲିକ ଏମିତି କହିଛନ୍ତି । ଜାମ୍ମୁକାଶ୍ମୀରର ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି ୩୭୦ ଉଚ୍ଛେଦ କୌଣସି ସାଂପ୍ରଦାୟିକ ପ୍ରସଙ୍ଗ ନୁହେଁ । ଏହା ସମସ୍ତଙ୍କ ସୁବିଧା ପାଇଁ ପ୍ରତ୍ୟାହାର କରାଯାଇଛି । ସେହିପରି କିଛି ବିଦେଶୀ ଗଣମାଧ୍ୟମ ଉପରେ ସେ ଖପ୍ପା ହୋଇଛନ୍ତି । ଯେଉଁମାନେ ଭିତ୍ତିହୀନ ଖବର ପ୍ରକାଶ କରିଛନ୍ତି । ଏବେ ଜାମ୍ମୁକାଶ୍ମୀରରେ ସବୁ ଡାକ୍ତରଖାନା ଖୋଲା ରହିଛି । ଏଯାବତ କୌଣସି ସ୍ଥାନରେ ଗୁଳି ଫୁଟି ନାହିଁ ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।