ପୁରୀ ( ଏଟିଆର ବ୍ୟୁରୋ) : ଗତକାଲି ଅପରାହ୍ନ ୧୨ ଟାରେ ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ପରଲୋକ ହୋଇଛି । ଏହି ଅବସରରେ ଆଜି ପୁରୀରେ ଏକ ବାଲୁକାଶିଳ୍ପ ଦ୍ୱାରା ଏହି ବରିଷ୍ଠ ରାଜନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବିଷିଷ୍ଟ ବାଲୁକା ଶିଳ୍ପୀ ମାସନ ସାହୁ । ପ୍ରାୟ ୫ ଟନ ବାଲିରେ ଅରୁଣଙ୍କର ଏକ ପ୍ରତିମୃର୍ତ୍ତି ନିର୍ମାଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଶ୍ରୀ ସାହୁ ।
ସୂଚନାଯୋଗ୍ୟ ଗତ କିଛି ଦିନ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତକାଲି ତାଙ୍କର ପରଲୋକ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ରାଜନେତା ଅରୁଣଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହି ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରି ଅରୁଣ ଜେଟଲିଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ଏହି ବରିଷ୍ଠ ବିଜେପି ନେତା ମୋଦିଙ୍କ ପ୍ରଥମ ଥର ପ୍ରଧାନମନ୍ତ୍ରୀ କାଳରେ ସବୁଠୁ ଗରୁତ୍ୱପୂର୍ଣ୍ଣ ବିଭାଗ ଅର୍ଥ ବିଭାଗ ମନ୍ତ୍ରୀ ରହିଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ଭାରତରେ ବିମୁଦ୍ରି କରଣ ହୋଇଥିଲା । ସେହିଭଳି ଜିଏସଟି,ଡିଜିଟାଲ ଟ୍ରାଜାକ୍ସନ , ଏସବିଆଇ ଏବଂ ବ୍ୟାଙ୍କ ଅଫ୍ ବରୋଦାରେ ଅନେକ ବ୍ୟାଙ୍କକୁ ମର୍ଜ କରିବା ଭଳି ନିଷ୍ପତି ହୋଇଥିଲା । ବିମୁଦ୍ରିକରଣ ପରେ ସାରା ଦେଶରେ ଡିଜିଟାଲ ବ୍ୟାଙ୍କିଂ କୁ ବଢାଇବାର ଶ୍ରେୟ ବି ଜେଟଲୀଙ୍କୁ ଯାଉଛି । ଡେବିଟ୍ କାର୍ଡ, କ୍ରେଡିଡ କାର୍ଡ, ମୋବାଇଲ ୱାଲେଟ୍ ,ପିଓଏସ ମେସିନ, ୟୁପିଆଇ ଭୀମ ଆପ୍ ଭଳି ସେବାକୁ ପୂରା ଦେଶରେ ଆରମ୍ଭ କରାଇଥିଲେ ।