ଆସାମ (ଏଟିଆର ବ୍ୟୁରୋ): ବିଷାକ୍ତ ମଦ ନେଉଛି ଜୀବନ । ଆସାମର ଗୋଲାଘାଟ ଏବଂ ଜୋରହାଟ ଜିଲ୍ଲାରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୬୯କୁ ଛୁଇଁଲାଣି । ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଯାଇଛି ବୋଲି ଗୋଲାଘାଟ ଡିସିପି ସୂଚନା ଦେଇଛନ୍ତି । ଗତକାଲି ମୃତ ସଂଖ୍ୟା ୩୦ ଥିଲା ମାତ୍ର ଆଜି ତାହା ୬୯କୁ ବୃଦ୍ଧି ହୋଇଛି । ଏହାସହିତ ୫୦ ରୁ ଅଧିକ ବ୍ୟକ୍ତି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିିକିତ୍ସିତ ହେଉଛନ୍ତି ବୋଲି ଜିଲ୍ଲା ଅଧିକାରୀଙ୍କ ସୂତ୍ରରୁ ଜଣା ପଡିଛି ।
ଏନେଇ ବିଜେପି ବିଧାୟକ ମୃଣାଳ ସୈକିୟା ଶୁକ୍ରବାର କହିଥିଲେ କି , ଗୁରୁବାର ଦିନ ୧୦୦ ରୁ ଅଧିକ ଲୋକ ମଦ ପିଇଥିଲେ । ତାପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସେମାନଙ୍କୁ ଚିକିତ୍ସା କରିବା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହି ମଦକୁ ସହର ବାହାରୁ ଅଣାଯାଇଥିଲା ଏବଂ ଅବକାରୀ ବିଭାଗର କିଛି ବ୍ୟକ୍ତି ଏହି ମଦ ସପ୍ଲାଇ କରିଥିବା ଲୋକେ ଅଭିଯୋଗ ଆଣିଛନ୍ତି । ଏମାନେ ସମସ୍ତେ ସାଲିମୀରା ଚା ବାଗନରେ କାମ କରନ୍ତି । ଏହି ମାମଲାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ଏହାସହିତ ମାମଲାରେ କଡାକଡି ଭାବେ ତଦନ୍ତ କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେବାଲ ନର୍ଦ୍ଦେଶ ଦେଇଛନ୍ତି ।
ଘଟଣାରେ ଜିଲ୍ଲାର ଦୁଇ ଅବକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା । ପୋଲିସ ସୂତ୍ରରୁ ଜାଣିବାକୁ ମିଳିଥିଲା କି ଗୁରୁବାର ରାତିରେ ଗୋଲାଘାଟ ସିବିଲ ହସ୍ପିଟାଲରେ ୧୨ ଜଣଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ତାପରେ ଅନ୍ୟ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାସହିତ ଶୁକ୍ରବାର ଆହୁରୀ ୧୫ ଜଣ ଲୋକଙ୍କର ଜୀବନ ଯାଇଥିଲା ।
ମୃତକଙ୍କ ନେଇ ଚିନ୍ତା ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ଏହି ମାମଲାରେ କଡା ତଦନ୍ତ କରିବା ପାଇଁ ଜୁଲି ସୋନବାଲାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।