ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ରହିଛି ପ୍ରଥମ ଶ୍ରାଦ୍ଧ ବାର୍ଷିର୍କ । ଏହି ଅବସରରେ ଆଜି ଏହି ମହାନ ଜନନାୟକଙ୍କୁ ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ ଅଟଳ ସ୍ମୁତିପୀଠରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି କାର୍ୟ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ବାଜପେୟୀଙ୍କ ସ୍ମୁତିପୀଠରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଭାରତୀୟ ଜନତା ପାର୍ଟି ପକ୍ଷରୁ ମଧ୍ୟ ସାରା ଦେଶରେ ଅଟଳିଜୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳନ କରାଯାଉଛି । ଏହି ମନାନ ନେତାଙ୍କ ଗତ ବର୍ଷ ଠିକ ଆଜିକା ଦିନରେ ଦିଲ୍ଲୀ ଏମସ ହସ୍ପିଟାଲରେ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ସେ ଭାରତର ତିନିଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଏକାଧାରରେ ଥିଲେ ତୁଙ୍ଗ ଜାତୀୟ ନେତା, ବିଚକ୍ଷଣ ରାଜନୀତିଜ୍ଞ, ନିଃସ୍ୱାର୍ଥପର ସାମାଜିକ କର୍ମୀ, ବଳିଷ୍ଠ ବକ୍ତା, କବି ଓ ସାହିତ୍ୟିକ, ସାମ୍ବାଦିକ । ସେ ପ୍ରଥମ ଲୋକସଭା ନିର୍ବାଚନ ୧୯୫୨ରେ ଲଢ଼ିଥିଲେ ମାତ୍ର ବିଜୟ ହୋଇ ପାରି ନଥିଲେ ।
ପରେ କିନ୍ତୁ ୧୯୫୭ରେ ସେ ପ୍ରଥମ ଥର ପାଇଁ ବିଜୟ ହୋଇ ଲୋକସଭାକୁ ଯାଇଥିଲେ। ବାଜପେୟୀଙ୍କୁ ପ୍ରଥମେ ପରିଚୟ ଦେଇଥିଲା ତାଙ୍କ ଭାଷଣ । ଯାହା ସେ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଜବାହାର ନେହରୁଙ୍କୁ ମଧ୍ୟ ଆଶ୍ଚର୍ୟ୍ୟ କରି ଦେଇଥିଲା । ୧୯୯୬ରେ ସ୍ୱଳ୍ପ କାଳ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ପରେ ୧୯୯୮ ମାର୍ଚ୍ଚ ୧୯ ଓ ପୁଣି ୧୯୯୯ ଅକ୍ଟୋବର ୧୩ରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କ ନେତୃତ୍ୱରେ ୧୯୯୯ ମସିହାରେ କାରଗିଲ ଯୁଦ୍ଧ ହୋଇଥିଲା ।