ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ଅଟଳ ବିହାରୀ ବାଜପେୟୀ । ସେ ଅଫେରା ବାଟକୁ ଚାଲି ଯାଇଛନ୍ତି । ତାଙ୍କ ପାର୍ଥିବ ଶରୀରକୁ ବାସଭବନରେ ରଖାଯାଇଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବାସଭବନଠାରେ ଭିଡ ଲାଗିଛି । କିଛି ସମୟ ପରେ ତାଙ୍କ ମର ଶରୀରକୁ ବିଜେପି ଦଳୀୟ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ଦଳୀୟ ନେତା ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପରେ ଅପରାହ୍ନ ୪ଟାରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ବୋଲି ସୂଚନା ମିଳିଛି ।
ଗତକାଲି ସନ୍ଧ୍ୟା ୫ଟା ୫ ମିନିଟ୍ରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ବାଜପେୟୀ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଖବର ପ୍ରକାଶ ପାଇବା ପରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଥିଲା । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବହୁ ବଡ ବଡ ନେତାଙ୍କ ଆଖି ଲୁହରେ ଭରି ଯାଇଥିଲା । ସମସ୍ତଙ୍କ ମୁହଁରୁ ସେହି ଗୋଟିଏ ଶଦ୍ଧ ଶୁଣିବାକୁ ମିଳୁଥିଲା ଆମର ଅଟଳ,ଅମର ଅଟଳ । ତାହାସହିତ ବିଭିନ୍ନ ସ୍ଥାନରେ ଲୋକେ ବାଜପେୟୀଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବାର ଦେଖିବାକୁ ମିଳିଥିଲା ।