ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାପାନର ଓସାକାରେ ହେଉଥିବା ଜି୨୦ ସମ୍ମେଳନ ରେ ସାମିଲ ହୋଇଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କାଟ୍ ମୋରିସନ୍ ମୋଦିଙ୍କ ସହ ଏକ ସେଲ୍ଫି ନେଇଛନ୍ତି । ଏହି ସେଲ୍ଫିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି । ସେଲ୍ଫେିକୁ ମୋରିସନ୍ ତାଙ୍କ ଟ୍ୱିଟରରେ ପୋଷ୍ଟ କରିବା ସହ ଏକ କ୍ୟାପସନ୍ ମଧ୍ୟ ଦେଇଛନ୍ତି । ଯେଉଁଥିରେ ଲେଖା ହୋଇଛି ‘ମୋଦି କେତେ ଭଲ’ ।
ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଯାହା ଟ୍ୱିଟ୍ କରିଛନ୍ତି ସେଥିରେ ଖାସ୍ କଥା ହେଉଛି ସେ ହିନ୍ଦୀରେ ହିଁ ଟ୍ୱିଟ୍ କରିଛନ୍ତି । ଏହି ଟ୍ୱିଟ୍ ମାଧ୍ୟମରେ ଭାରତ ଏବଂ ଅଷ୍ଟ୍ରେଲିଆର ବନ୍ଧୁତା ସାମ୍ନାକୁ ଆସିଛି । ଏହି ଫଟୋରେ ମୋଦି ଏବଂ ମୋରିସନ୍ ଦୁହେଁ ହସୁଥିବାର ନଜର ଆସୁଛନ୍ତି ।
Kithana acha he Modi! #G20OsakaSummit pic.twitter.com/BC6DyuX4lf
— Scott Morrison (@ScottMorrisonMP) June 28, 2019
ଏହାପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ୱିଟ୍ ର ଜବାବ ମଧ୍ୟ ଦେଇଛନ୍ତି ।
Mate, I’m stoked about the energy of our bilateral relationship! @ScottMorrisonMP https://t.co/RdvaWsqlwY
— Narendra Modi (@narendramodi) June 29, 2019
ସେପଟେ ଓସାକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜଲୱା । ମୋଦିଙ୍କ ବ୍ୟକ୍ତିତ୍ୱ ଏଭଳି ରହିଛି ପ୍ରତ୍ୟେକ ବ୍ୟକ୍ତି ତାଙ୍କଠାରୁ ପ୍ରଭାବିତ ନ ହୋଇ ରହି ପାରିବେ ନାହିଁ । ଯାହାର ସଦ୍ୟ ଉଦାହରଣ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ଠାରେ ଦେଖିବାକୁ ମିଳିଛି । ଓସାକାରେ ଆଜି ସକାଳୁ ଜଳବାୟୁ ପରିବର୍ତ୍ତନ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନ୍ୟ ଦେଶର ବଡ ବଡ ନେତାଙ୍କ ସହିତ ମୋଦି ମଧ୍ୟ ସାମିଲ ଥିଲେ ।