ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଅଯୋଧ୍ୟା ଜମି ବିବାବର ଶେଷ ଶୁଣାଣି ଥିଲା । ଏହି ଅବସରରେ ପ୍ରବଳ ଡ୍ରାମା ଦେଖିବାକୁ ମିଳିଛି । କୋର୍ଟରେ ଜଜ୍ ଙ୍କ ବେଞ୍ଚ ସାମ୍ନାରେ ଅଯୋଧ୍ୟା ସମ୍ବୋଧିତ ଏକ ନକ୍ସାକୁ ଫାଡି ଦେଇଛନ୍ତି ମୁସଲମାନ ପକ୍ଷର ଓକିଲ । ଯାହାକୁ ନେଇ କୋର୍ଟରେ ହଙ୍ଗାମା ହୋଇଛି । ଏହାପରେ ହିନ୍ଦୁ ମହାସଭାର ଓକିଲ ଏବଂ ମୁସଲମାନ ପକ୍ଷର ଓକିଲଙ୍କ ମଧ୍ୟରେ କଡା ଟକରା ଟକରି ହୋଇଛି । ଯାହାକୁ ନେଇ ଜଷ୍ଟିସ ରଞ୍ଜନ ଗୋଗୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏହାପରେ ଶୁଣାଣି ରେ ହିନ୍ଦୁ ମହାସଭାର ଓକିଲ ବିକାଶ ସିଂହ ଏକ ଅଯୋଧ୍ୟ ସମ୍ବୋଧିତ ନକ୍ସା ଦେଖାଇଛନ୍ତି । ଏହି ନକ୍ସା ଅକ୍ସଫୋର୍ଡ ବହିର ଅଂଶ ଥିଲା । ଏହି ନକ୍ସାକୁ ହିଁ ମୁସଲମାନ ପକ୍ଷର ଓକିଲ ରାଜୀବ ଧୱନ ଫାଡି ଦେଇଛନ୍ତି ।