ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଅଯୋଧ୍ୟା ଜମି ବିବାଦ ମାମଲାରେ ଆଜି ସର୍ବୋଚ୍ଚ ନ୍ୟାୟଳୟ ଏକ ମାମଲାର ଶୁଣାଣୀ କରିଛନ୍ତି । ମଧ୍ୟସ୍ଥତା ସମିତିର ଅଧ୍ୟକ୍ଷ ନ୍ୟାୟମୁର୍ତ୍ତି କଲ୍ଲିଫୁଲା ଆଜି ରିପୋର୍ଟ ଜମା କରିଛନ୍ତି । ଏହା ପେରେ ମୁଖ୍ୟ ବିଚାରପତି ରଂଜନ ଗୋଗୋଇ କହିଛନ୍ତି ମାମଲାର ଶୁଣାଣୀ ପାଇଁ ଅଗଷ୍ଟ ୨ ତାରିଖକୁ ଧାର୍ଯ୍ୟ କରିଛନ୍ତି । ସେ ଆହୁରି ମଧ୍ୟ ମଧ୍ୟସ୍ଥତା କମିଟି ଜୁଲାଇ ୩୧ ଭିତରେ ହୋଇଥିବା କାର୍ଯ୍ୟର ବିବରଣୀ ଦବାକୁ ।
ସୂଚନାଯୋଗ୍ୟ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ୧୧ ଜୁଲାଇରେ ହୋଇଥିବା ଶୁଣାଣୀରେ ମଧ୍ୟସ୍ଥତା କମିଟିକୁ ରିପୋର୍ଟ ମାଗିଥିଲେ । ନ୍ୟାୟମୁର୍ତ୍ତି ଗୋଗୋଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ଖଣ୍ଠପୀଠ କହିଥିଲେ ମଧ୍ୟସ୍ଥତା ପ୍ରକ୍ରିୟାରେ ଯଦି କୌଣସି ନିଷ୍କର୍ସ ନ ବାହାରିବ ତେବେ ୨୫ ଜୁଲାଇ ଠାରୁ ଏହି ମାମଲାର ପ୍ରତିଦିନ ଶୁଣାଣୀ ହେବ ।
ଗତ ୯ ଜୁଲାଇରେ ଏହି ମାମଲାର ଯଥା ଶୀଘ୍ର ଶୁଣାଣୀ କରିବା ପାଇଁ ଗୋପାଲ ସିଂ ବିଶାରଦ ଆବେଦନ କରିଥିଲେ । ସେ ଆବେଦନରେ ଦର୍ଶାଇ ଥିଲେ ମଧ୍ୟସ୍ଥତା ମାଧ୍ୟମରେ ସେମିୀତି କିଛି ପ୍ରଗତି ଆସିବ ନାହିଁ । ତେଣୁ ମାମଲାର ଶୁଣାଣୀ ଯଥା ଶିଘ୍ର କରାଯାଉ । ତେବେ ଏହା ଉପରେ ବିଚାର କରିବା ପାଇଁ ଅଦାଲତ ସୂଚନା ଦେଇଥିଲେ ।