ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଉ ମାତ୍ର କେଇ ମିନିଟର ବ୍ୟବଧାନ ପରେ ବହୁ ପ୍ରତିକ୍ଷିତ ବାବ୍ରି ମସଜିଦ ଓ ରାମ ମନ୍ଦିରକୁ ନେଇ ଲାଗି ରହିଥିବା ମାମଲାରେ ପୂର୍ଣ୍ଣଚ୍ଛେଦ ପଡିବ । ଏହି ଅବସରରେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ସେହିଭଳି ଆଜି ସୁପ୍ରିମ କୋର୍ଟ ବାହାରେ ୧୪୪ ଧାରା ଲାଗୁ ହୋଇଛି । କୌଣସି ଅପ୍ରିତିକର ଘଟଣାକୁ ଏଡାଇବା ପାଇଁ ଏହି ଧାରା ଲାଗୁ କରାଯାଇଛି । କୋର୍ଟ ବାହାରେ ମଧ୍ୟ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ପୁଲିସ ଅର୍ଦ୍ଧ ସୈନିକ ବାହିନୀ ସାହାଯ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିଭଳି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇବା ପୂର୍ବରୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗାଗୋଇଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପ୍ରଧାନ ବିଚାରପତିଙ୍କୁ ଏବେ ଜେଡ ପ୍ଲସ ସୁରକ୍ଷା ଦିଆଯାଉଛି । ବିଶେଷ କରି ସିଆରପିଏଫ ପୋଲିସ ଏହି ସୁରକ୍ଷା ଦେଇଥାନ୍ତି । ଅନ୍ୟପଟେ ନ୍ୟାୟ ପ୍ରକାଶ ପାଇବା ପରେ ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଜରିଆରେ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।