ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାଲେଣ୍ଟାଇନ ଡେରେ ବଜରଙ୍ଗ ଦଳ ନାମ ଶୁଣିଲା ମାତ୍ରେ, ପ୍ରେମୀ ଯୁଗଳଙ୍କ ମନରେ ଭୟ ସୃଷ୍ଟି ହୋଇଯାଏ । ବହୁ ପ୍ରେମୀ ଯୁଗଳ ଏହା ମଧ୍ୟ ମତ ଦିଅନ୍ତି ଯେ ବଜରଙ୍ଗ ଦଳ ସର୍ବଦା ପ୍ରେମକୁ ବିରୋଧ କରେ ।
ତେବେ ଏହି ଭ୍ରାନ୍ତ ଧାରଣାକୁ ବିରୋଧ କରି ଆଜି ବଜରଙ୍ଗ ଦଳ ଏକ ବଡ ଘୋଷଣା କରିଛି । ଆସନ୍ତା ଭାଲେଣ୍ଟାଇନ ଡେରେ ବଗରଙ୍ଗ ଦଳ କୌଣସି ପ୍ରକାରର ବିରୋଧ ପ୍ରଦର୍ଶନ କରିବ ନାହିଁ ।
ବଜରଙ୍ଗ ଦଳର କହିବା ଅନୁଯାଇ ବଜରଙ୍ଗ ଦଳ କେବଳ ପ୍ରେମ ନାଁରେ ହେଉଥିବା ଅପସଂସ୍କୃତିକୁ ବିରୋଧ କରେ, ପ୍ରେମକୁ ନୁହେଁ । ଭାଲେଣ୍ଟାଇନ ଡେ ପାଳିବାରେ ବଜରଙ୍ଗ ଦଳର କୌଣସି ଆପତ୍ତି ନାହିଁ । ବଜରଙ୍ଗ ଦଳ ଆରମ୍ଭରୁ ଉତ୍ସବ ପାଳିବା ନାଁରେ ଚାଲିଥିବା କୁତ୍ସିତ କଦାଚାର ତଥା ନଗ୍ନତାକୁ ବିରୋଧ କରିଆସୁଛି ।
ଏଥି ପାଇଁ ବଜରଙ୍ଗ ଦଳକୁ ବହୁ ସମୟରେ ଲୋକମାନଙ୍କର ଆକ୍ରୋଶର ଶିକାର ହେବାକୁ ପଡିଛି । ଲୋକେ ଭାବୁଛନ୍ତି ଯେ ବଜରଙ୍ଗ ଦଳ ପ୍ରେମକୁ ବିରୋଧ କରୁଛି ଏବଂ ଏହି ବିରୋଧ ମାଧ୍ୟମରେ ଗୁଣ୍ଡାରାଜ କରୁଛି । ଲୋକମାନଙ୍କର ଏହି ଭୂଲ ଧାରଣାକୁ ବିଡମ୍ବନା ଦର୍ଶାଇ ବଜରଙ୍ଗ ଦଳ ଚଳିତ ବର୍ଷ ଭାଲେଣ୍ଟାଇନ ଡେ ରେ ବିରୋଧ ପ୍ରଦର୍ଶନ କରିବ ନାହିଁ ବୋଲି ନିଷ୍ପତି ନେଇଛି ।