ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ଫେବୃଆରୀ ୧୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ଭାରତୀୟ ବ୍ୟବସାୟୀ ସଂଘ । ଜମୁ-କାଶ୍ମୀର ପୁଲୱାମୀ ଆତଙ୍କବାଦୀଙ୍କ ହଲମାରେ ୪୦ ଜଣ ସୁରକ୍ଷାକର୍ମୀ ସହୀଦ ହୋଇ ଯାଇଛନ୍ତି । ଏଣୁ ଭାରତୀୟ ବ୍ୟବସାୟୀ ସଂଘ ଭାରତ ବନ୍ଦ ଡାକରା ଦେଇଛି । ଏହି ଘଟଣା ପରେ ସାରା ଦେଶରେ ଦୁଃଖର ଛାୟା ଖେଳି ଯାଇଛି । ବୀର ସହୀଦଙ୍କୁ ହରାଇ ଆଖିରୁ ଲୁହ ଶୁଖୁନି ଦେଶବାସୀଙ୍କର । ସେପଟେ ପାକିସ୍ଥାନର ଏଭଳି ଆତଙ୍କୀ ପାଇଁ ବିଶ୍ୱର ସମସ୍ତ କୋଣ ଅନୁକୋଣର ଜନତା ପାକିସ୍ଥାନକୁ ନିନ୍ଦା କରିଛି । ଭାରତୀୟ ଲୋକଙ୍କର ପାକିସ୍ଥାନ ପ୍ରତି ଆରମ୍ଭ ହୋଇ ଯାଇଛି ନିନ୍ଦା । ଯାହାକୁ ନେଇ ବିଭିନ୍ନ ଯୁବ ସଂଗଠନ ଏବଂ ସାଧାରଣ ଜନତା ମଧ୍ୟ କଠୋର ଭାବରେ ପାକିସ୍ଥାନକୁ ସମାଲୋଚନା କରିବା ସହିତ ପାକିସ୍ଥାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମତ ଦେଇଛନ୍ତି ।
ବୀର ସହୀଦଙ୍କ ସ୍କୃତି ଉଦ୍ଦେଶ୍ୟ ଏବଂ ପାକିସ୍ଥାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବ୍ୟବସାୟୀ ସଂଘ ଏଭଳି ପଦକ୍ଷେପ ନେଇଥିବା ଜଣା ପଡିଛି । ଏହି ବନ୍ଦ ଜରିଆରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ସେହି ଦିନ ସମସ୍ତ ସରକାରୀ ବେସରକାରୀ ଏବଂ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିବ । ତେବେ ବ୍ୟବସାୟୀ ସଂଘର ଏହି ପଦକ୍ଷେପରୁ ବିଭିନ୍ନ ସଂଗଠନ ମଧ୍ୟ ସହଯୋଗ କରିବେ । ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଏହି ବନ୍ଦ ପାଳନ କରାଯିବ । ଗତକାଲି ଦେଶର ବିଭିନ୍ନ ସ୍ଥାନରେ ଲୋକେ ପାକିସ୍ତାନର ପତାକା ପୋଡ଼ିବା ସହିତ ନାରାବାଜି କରିଥିଲେ। ଏହା ସହିତ ସାରା ଦେଶରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।