ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଗ୍ରସ୍ତ ବାତିଲ କଲେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏକେ ଅବ୍ଦୁଲ ମୋମେନ । ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଭାରତକୁ ଡିସେମ୍ବର ୧୨ରୁ ୧୪ ତାରିଖ ଭାରତ ଆସିବାର ଥିଲା । କିନ୍ତୁ ଭାରତରେ ନାଗରିକତା ସଂଶୋଧନ ବିଲ୍ କୁ ନେଇ ଦେଶରେ ଦେଖା ଦେଇଥିବା ଅସନ୍ତୋଷକୁ ଲକ୍ଷ୍ୟ କରି ସେ ତାଙ୍କ ଗ୍ରସ୍ତ ବାତିଲ କରିଥିବେ ବୋଲି ଅନୁମାନ କରାଯାଉଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ସଂନ୍ଧ୍ୟା ୫.୨୦ରେ ସେ ନୂଆଦିଲ୍ଲୀ ଠାରେ ପହଞ୍ଚିବାର ଥିଲା । ହେଲେ ତାଙ୍କର ଏହି ଗ୍ରସ୍ତକୁ ବାତିଲ କରିଦିଆଯାଇଛି । ନାଗରିକତା ସଂଶୋଧନ ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରଠାରୁ ସମଗ୍ର ଦେଶରେ ବ୍ୟାପକ ଅସନ୍ତୋଷ ଦେଖିବାକୁ ମିଳୁଛି ।
ବିଲ୍ ଯୋଗୁଁ ଉତ୍ତର -ପୂର୍ବ ଭାରତରେ ବ୍ୟାପକ ହିଂସା ମଧ୍ୟ ଦେଖିବାକୁ ମିଳୁଛି । ଏହି ବିଲ୍ ପାରିତ ହେବା ପରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଯେଉଁ ସବୁ ଲୋକ ଧର୍ମ କାରଣରୁ ନିର୍ଯାତନାର ଶିକାର ହୋଇ ଭାରତ ଆସିଥିବା ୬ ସମ୍ପ୍ରଦାୟର ଲୋକଙ୍କୁ ଭାରତର ନାଗରୀକତା ପ୍ରଦାନ କରାଯିବ । ବିରୋଧୀ ଏହି ବିଲ୍ କୁ ବିରୋଧ କରିବା ସହ ଏହା ଧାରା୧୪ ଉଲ୍ଲଘଂନ କରୁଥିବା କହୁଛନ୍ତି । ଏହି ବିଲ୍ ପାଇଁ ଆସାମରେ ଏକ ପ୍ରକାର କର୍ଫ୍ୟୁ ଜାରି ହୋଇଯାଇଛି । ସେହିଭଳି ପଡୋଶୀ ରାଷ୍ଟ୍ରମାନେ ଏହି ବିଲର ବିରୋଧ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ଏହିଭଳି ସମୟରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଯେଉଁଭଳି ଭାବରେ ଗ୍ରସ୍ତକୁ ବାତିଲ କଲେ ତାହା ଭାରତ ଓ ବାଂଲାଦେଶର ମଧ୍ୟରେ ଥିବା ସୁସମ୍ପର୍କ ଉପରେ ପ୍ରଭାବ ପକାଇପାରେ ବୋଲି ସାଧାରଣରେ ଚର୍ଚ୍ଚ। ହେଉଛି ।