ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ଗଲେ ଶେଷ ହେବ ଜୁନ୍ ମାସ ଆରମ୍ଭ ହେବ ଜୁଲାଇ । ତେବେ ଜୁଲାଇ ମାସରେ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ସେନେଇ ତାଲିକା ଜାରି କରିଛି ଆରବିଆଇ । ଜୁଲାଇ ମାସର କ୍ୟାଲେଣ୍ଡର ଅନୁଯାୟୀ ୯ ଦିନ ଛୁଟି ରହିବ ବ୍ୟାଙ୍କ । କିନ୍ତୁ ଏହି ଛୁଟି ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ ହେବ । ସେହିପରି ରବିବାର ଓ ଦ୍ୱିତୀୟ ଶନିବାରରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ଏସବୁକୁ ମିଶାଇ ଜୁଲାଇ ମାସରେ ପନ୍ଦର ଦିନ ବ୍ୟାଙ୍କ ବନ୍ଦ ରହିବ ।
୪ ଜୁଲାଇ ରବିବାର, ୧୦ ଜୁଲାଇ ଦ୍ୱିତୀୟ ଶନିବାର, ୧୧ ଜୁଲାଇ ରବିବାର, ୧୨ ଜୁଲାଇ ସୋମବାର – କାଙ୍ଗ (ରାଜସ୍ଥାନ), ରଥ ଯାତ୍ରା , (ପୁରୀ), ।
୧୩ ଜୁଲାଇ ମଙ୍ଗଳବାର – ଭାନୁ ଜୟନ୍ତୀ (ଶହୀଦ ଦିବସ- ଜାମ୍ମୁ କାଶ୍ମୀର, ଭାନୁ ଜୟନ୍ତୀ- ସିକ୍କିମ୍)
୧୪ ଜୁଲାଇ ୨୦୨୧- ଦ୍ରୁକପା ତ୍ରୋଶ୍ଚି (ଗାଙ୍ଗଟକ)
୧୬ ଜୁଲାଇ ୨୦୨୧- ଗୁରୁବାର – ହରେଲା ପୂଜା (ଡେରାଡୁନ୍)
୧୭ ଜୁଲାଇ ୨୦୨୧ – ଖାରଚି ପୂଜା (ଅଗରତାଲା, ଶିଲଂ)
୧୮ ଜୁଲାଇ ୨୦୨୧ – ରବିବାର
୧୯ ଜୁଲାଇ ୨୦୨୧ – ଗୁରୁ ରିମ୍ପୋଚେଙ୍କ ଥଙ୍ଗକର ଚେଚୁ (ଗାଙ୍ଗଟକ)
୨୦ ଜୁଲାଇ ୨୦୨୧ – ମଙ୍ଗଳବାର – ଇଦ୍ ଅଲ ଅଦା (ଦେଶବ୍ୟାପୀ)
୨୧ ଜୁଲାଇ ୨୦୨୧ – ବୁଧବାର – ବକରିଦ୍
୨୪ ଜୁଲାଇ ୨୦୨୧ – ଚତୁର୍ଥ ଶନିବାର
୨୫ ଜୁଲାଇ ୨୦୨୧ – ରବିବାର
୩୧ ଜୁଲାଇ ୨୦୨୧- ଶନିବାର – କେର୍ ପୂଜା (ଅଗରତାଲା)