ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସୀ ଖବର । ବ୍ୟାଙ୍କିଂ ସେବା ଇତିହାରେ ବେତନ ବୃଦ୍ଧିକୁ ନେଇ ଚାଲିଥିବା ଅଟକଳ ମଧ୍ୟରେ ଶେଷରେ ଏକ ନିଷ୍ପତି ନିଆଯାଇଛି । ସେହିଅନୁଯାୟୀ ଏବେ ବ୍ୟାଙ୍କ କର୍ମଚାରୀଙ୍କ ବେତନରେ ୧୫ ପ୍ରତିଶତ ବୃଦ୍ଧି କରାଯିବ ।
ବୁଧବାର ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ୍ (ଆଇବିଏ)ଏବଂ ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନସ(ୟୁଏଫବିୟୁ) ମଧ୍ୟରେ ଆଲୋଚନା ପରେ ବ୍ୟାଙ୍କ କର୍ମଚାରୀଙ୍କ ବେତନରେ ୧୫% ବୃଦ୍ଧି ହେବା ଉଚିତ୍ ବୋଲି ସଂଘଠନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ମୁମ୍ବାଇର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଆଇବିଏ ଏବଂ ୟୁଏଫବିୟୁ ମଧ୍ୟରେ ବୈଠକ ଆୟୋଜିତ ହୋଇଥିଲା ।
ଆଇବିଏ ଏବଂ ୟୁଏଫବିୟୁର ଆଲୋଚନା ମୁତାବକ, ଏହି ବେତନ ବୃଦ୍ଧି ନଭେମ୍ବର ୨୦୧୭ ପ୍ରଭାବରେ ଆସିବ । ସେହିଅନୁଯାୟୀ ବେତନ ଏବଂ ଭତ୍ତାରେ ବାର୍ଷିକ ୧୫ ପ୍ରତିଶତ ବୃଦ୍ଧି ୩୧ ମାର୍ଚ୍ଚ ୨୦୧୭ର ବେତନ ବିଲର ଆଧାରରେ ଦିଆଯିବ । ସାର୍ବଜନିକ, ଘରୋଇ ଏବଂ ବୈଦେଶିକ ବ୍ୟାଙ୍କ ସମେତ ୩୭ ବ୍ୟାଙ୍କ ତାର କର୍ମଚାରୀଙ୍କ ବେତନ ବୃଦ୍ଧିକୁ ନେଇ ନିଷ୍ପତି ନେବା ପାଇଁ ଆଇବିଏକୁ ଅଧିକାର ଦେଇଛନ୍ତି ।