ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଜରୁରୀ ସୂଚନା । ଏସବିଆଇ ସମେତ ସମସ୍ତ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ ୧୬ ପରଠାରୁ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡର କିଛି ସର୍ଭିସକୁ ବ୍ଲକ କରାଯାଇପାରେ । ଯଦି ଆପଣମାନେ ଆଜି ପର୍ଯ୍ୟନ୍ତ ଆପଣଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଦ୍ୱାରା କୌଣସି କଣ୍ଟାକ୍ଟଲେସ୍ ବା ଅନଲାଇନ୍ ଟ୍ରାଞ୍ଜାକ୍ସନ କରି ନାହାନ୍ତି, ତେବେ ବିଳମ୍ବ ନକରି ଏହି ଟ୍ରାଞ୍ଜାକ୍ସନକୁ ଆଜି ହିଁ କରି ନିଅନ୍ତୁ । ଅନଲାଇନ୍ ଟ୍ରାଞ୍ଜାକ୍ସନ କରିବାର ଆଜି ଶେଷ ତାରିଖ ।
ଯଦି ଆପଣ ଆଜି ନକରୁଛନ୍ତି, ତେବେ ଆସନ୍ତାକାଲି ଠାରୁ ଆପଣଙ୍କ ଡେବିଟ ଏବଂ କ୍ରେଡିଟ୍ କାର୍ଡର ଅନଲାଇନ୍ ଏବଂ କଣ୍ଟାକ୍ଟଲେସ୍ ସର୍ଭିସ ବନ୍ଦ କରିଦିଆଯିବ ।
ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରୁ ମିଳୁଥିବା ଅନଲାଇନ୍ ସର୍ଭିସ୍ ମାର୍ଚ୍ଚ ୧୬ ରୁ ବନ୍ଦ କରି ଦିଆଯିବ । ଏହି ସେବାକୁ ଯଦି ଆପଣ ଜାରି ରଖିବାକୁ ଚାହୁଁଛନ୍ତି ତେବେ ନିହାତି ଭାବେ ଆଜି ଅନଲାଇନ୍ ଟ୍ରାଞ୍ଜାକ୍ସନ କରି ନିଅନ୍ତୁ ।