ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ଆରବିଆଇ ଜାରି କଲା ଗାଇଡଲାଇନ୍ । ନିୟମିତ ଜମା କରାଯାଉଥିବା ଦୁଇ ହଜାର ଟଙ୍କିଆ ନୋଟର ଡାଟା ମେଣ୍ଟନ କରିବା ପାଇଁ ସମସ୍ତ ବ୍ୟାଙ୍କୁ ଆରବିଆଇ ନିର୍ଦ୍ଦେଶ ଜାରି କରିଛି ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି, ନିୟମ ଅନୁଯାୟୀ ଯେତେ ପାରିବେ ସେତେ ନୋଟ ବଦଳେଇ ପାରିବେ । ୨୦୦୦ ଟଙ୍କା ନୋଟ ବଦଳାଇବା ପାଇଁ ଗ୍ରାହକଙ୍କୁ କାଉଣ୍ଟରରେ ସରଳ ଉପାୟ ପ୍ରଦାନ କରାଯିବ । ପୂର୍ବରୁ ଯେଉଁଭଳି ପ୍ରଦାନ କରାଯାଉଥିଲା ।