ଆନ୍ଧ୍ରପ୍ରଦେଶ (ଏଟିଆର ବ୍ୟୁରୋ) ; ଭିକାରୀଙ୍କ ଉପରେ ଚଢ଼ାଉ କରିବାକୁ ଯାଇଥିଲା ପୋଲିସ । ମାତ୍ର ସେଠାରେ ଯାହା ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲେ । ରାଜ୍ୟର ନାଲଗୋଣ୍ଡାର ମିରୟଲଗୁଡା ଅଞ୍ଚଳରେ ରହୁଥିବା ଭୀକାରୀଙ୍କ ଉପରେ ହୋଇଥିବା ଚଢ଼ାଉ ବେଳେ ଜଣେ ବୃଦ୍ଦା ମହିଳାଙ୍କ ପାଖରୁ ମିଳିଛି ଲକ୍ଷ ଲକ୍ଷ ଟଙ୍କା । କେବଳ ଟଙ୍କା ନୁହେଁ ବୃଦ୍ଦାଙ୍କ ପାଖରୁ ମିଳିଛି କିଛି ଗହଣା । ଯାହାକୁ ଦେଖିବା ପରେ ପୋଲିସ ବିଶ୍ୱାସ କରି ପାରି ନଥିଲା । ବୃଦ୍ଦା ମହିଳାଙ୍କ ନାମ ହେଲା ପେମ୍ମା । ମହିଳା ଜଣଙ୍କ ଭୀକ ମାଗି ଏତେ ଟଙ୍କା ରଖିଥିବା କହିଛନ୍ତି । ପୋଲିସ ଉ଼ଦ୍ଦାର କରିବା ପରେ ଏହି ଟଙ୍କାକୁ ମହିଳାଙ୍କ ଖାତାରେ ଜମା କରିଦେଇଥିଲେ ।
ମିଳିଥିବା ସୂଚନା ମୁତାବକ ବୃଦ୍ଦାଙ୍କର ଦୁଇ ଦୁଇଟି ପୁଅ ଥିଲେ । ନିଜର ମଧ୍ୟ ଜମି ବାଡିଥିଲା । କିନ୍ତୁ ବିଧିର ବିଧାନ ପାଇଁ ସେ ବହୁ ଦୁଃଖ କଷ୍ଟ ସହୁଥିଲେ । କାରଣ ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ପୁଅଙ୍କ ଉପରେ ଭରଷା କରି ଚଳୁଥିଲେ ପେମ୍ମା । ହସ ଖୁସିରେ ବିତି ଯାଉଥିଲା ସମୟ । ତେବେ ଏହି ଖୁସିରେ ଲାଗି ଯାଇଥିଲା କାହାର ନଜର ଫଳରେ ଗୋଟେ ପୁଅର ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ପୁଅ ଘର ଛାଡି ପଳେଇଥିଲେ । ଏହା ପରେ ବୋହୂମାନେ ନିର୍ଯ୍ୟାତନା ଦେଇଥିଲେ । ସହ୍ୟ କରିନପାରି ଶେଷରେ ବାଧ୍ୟ ହୋଇ ଘର ଛାଡି ପଳେଇଥିଲେ । ଘରଛାଡି ଏବେ ୭ ବର୍ଷ ହେବ ବାହାରେ ରହୁଛନ୍ତି ପେମ୍ମା । ପୋଲିସ ଚଢ଼ଉ କରିବା ବେଳେ ତାଙ୍କ ପାଖରୁ ମିଳିଥିଲା ଅଢ଼େଇ ଲକ୍ଷ ଟଙ୍କା । ନିଜ ଜମି ବିକିବା ପରେ ୧ ଲକ୍ଷ ପୁଅଙ୍କ ମଧ୍ୟରେ ବାଣ୍ଟିଥିବା ବେଳେ ନିଜ ପାଖରେ ୧ ଲକ୍ଷ ଟଙ୍କା ରଖିଥିଲେ ମହିଳା । ତାପରେ ଘରୁ ବାହାରି ଆସିବା ପରେ ୭ ବର୍ଷରେ ବାକି ପଇସା ଭିକରୁ ଯୋଗାଡ କରିଛନ୍ତି ବୃଦ୍ଦା ।