କୋଲକତା ( ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରେ ମମତା ବାନାର୍ଜିୀଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ସେ ପୁଣି ବିଜେପିର ଟାର୍ଗେଟକୁ ଆସିଛନ୍ତି । ମମତା ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଥିବା ଯେଉଁ ସବୁ ସ୍କୁଲରେ ମୁସଲମାନ ପିଲା ୭୦ ପ୍ରତିଶତରୁ ଅଧିକ ରହିଛନ୍ତି ସେହି ସବୁ ସ୍କୁଲ ମାନଙ୍କେରେ ଦୁଇଟି ଡାଇନିଂ ରୁମ ( ଖାଇବା ଘର) ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି ।
ଏଥିପାଇଁ ସ୍କୁଲ ମାନଙ୍କୁ ଡାଟା ମଧ୍ୟ ମଗାଯାଇ ସାରିଲାଣି । କୁଚିନଗର ଜିଲ୍ଲାଧିକାରୀଙ୍କ ଦ୍ୱରା ଜାରି କରାଯାଇଥିବା ନିର୍ଦେଶରେ କୁହାଯାଇଛି “ ବିଶେଷ ସଚିବଙ୍କ ୧୪/୦୬/୧୯ ଚିଠି ଅନୁସାରେ ପଶ୍ଚିମବଙ୍ଗ ସରକାର ଆପଣଙ୍କ ଠାରୁ ଜାଣିବାକୁ ଚାହୁଛନ୍ତି କେଉଁସବୁ ସରକାରୀ ସ୍କୁଲରେ ମୁସଲମାନ ପିଲା ଅଧିକ ରହିଛନ୍ତି । ଆହୁରି ମଧ୍ୟ କୁହାଯାଇଛି ସରକାରୀ ସହାୟତାରେ ଚାଲୁଥିବା ବିଦ୍ୟାଳୟର ନାମ ଦିଅନ୍ତୁ ଯେଉଁଠି ମୁସଲମାନ ଛାତ୍ରଙ୍କ ସଂଖ୍ୟା ଅଧିକ ରହିିଛି ।
ଏହି ତାଲିକା ୨୮ ତାରିଖ ମଧ୍ୟରେ ପଠାଇବାକୁ ନିର୍ଦେଶ ଦେଇଛନ୍ତି । ବିଭାଗ ଏହି ସବୁ ବିଦ୍ୟାଳୟ ମାନଙ୍କରେ ଅଲଗା ଖାଇବା ଘର ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେବ ବୋଲି ଚିଠିରେ ଉଲ୍ଲେଖ ରହିଛି । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ନେଇ ଆପତ୍ତି ଉଠାଇଛନ୍ତି ବଙ୍ଗଳା ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ସେ ନିଜ ପ୍ରତିକ୍ରିୟାରେ ଧର୍ମକୁ ନେଇ ପିଲାମାନଙ୍କ ମଧ୍ୟରେ ଏ ଭେଦ ଭାବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।