ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଭାରତ ବନ୍ଦ । ସର୍ବଭାରତୀୟ ବ୍ୟବସାୟୀ ସଂଘ ଏହି ବନ୍ଦ ଡାକରା ଦେଇଛି । ଏହି ଅବସରର ବ୍ୟବସାୟିକ ପ୍ରତିଷ୍ଠାନ ତଥା ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଖାସ୍ କରି ଜିଏସଟି ସରଳୀକରଣ ଏବଂ ଇ-କମର୍ସ ବାତିଲ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାରେ ୮ କୋଟିରୁ ଅଧିକ ବ୍ୟବସାୟୀ ସାମିଲ ହେବେ । ଏହାର ପ୍ରଭାବ ରାଜ୍ୟରେ ମଧ୍ୟ ପଡିପାରେ । କିନ୍ତୁ ଗାଡି ଚଳାଚଳ ଉପରେ କୌଣସି ବାଧା ଉପୁଜିବ ନାହିଁ ବୋଲି କୁହାଯାଇଛି । ଗାଡି ଚଳାଚଳ ସ୍ୱାଭାବିକ ରହିବ ବୋଲି ଜଣାପଡିଛି । କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ପ୍ରତ୍ୟେକ ଛକ ମାନଙ୍କରେ ପୋଲିସ ମୁତୟନ କରାଯାଇଛି ।
ଅନ୍ୟପଟେ ରାଜ୍ୟରେ ବସ୍, ଟ୍ରକ ଏବଂ ଅଟୋ ଚଳାଚଳ ପ୍ରଭାବିତ ହେବ ନାହିଁ । ସେହିପରି ରାଜ୍ୟରେ ବନ୍ଦ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶାନ୍ତି ଶୃଙ୍ଗଳାର ସହ ବନ୍ଦ ପାଳନ ବ୍ୟବସାୟୀ ସଂଘ ସହ ଆଲୋଚନା କରିଛି ପୋଲିସ ।