ମଧ୍ୟପ୍ରଦେଶ (ଏଟିଆର ବ୍ୟୁରୋ): ଗୋଟିଏ ବେଦୀରେ ପ୍ରଥମ ପତ୍ନୀ ଏବଂ ଶାଳିଙ୍କୁ ବରମାଳା ପିନ୍ଧାଇଛନ୍ତି ସ୍ୱାମୀ । କଥାଟା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ମଧ୍ୟପ୍ରଦେଶ ଭିଣ୍ଡ ରୁ ଏହି ଖବର ସାମ୍ନାକୁ ଆସିଛି । ଭିଣ୍ଡ ମେହଗାଂବ ଜନପଦ,ଗୁଦାବଲି ଗାଁରେ ବାହାଘରଟି ହୋଇଛି । ଏହି ବାହାଘରରେ ପୁରା ଗ୍ରାମବାସୀ ସାମିଲ ଥିଲେ ।
ଗୁଦାବଲି ଗ୍ରାମର ଦୀପୁ ପରିହାର ନାମକ ଜଣେ ବ୍ୟକ୍ତି ବିନୀତାଙ୍କୁ ବିବାହ କରିଥିଲେ । ସେହି ଗ୍ରାମରେ ସରପଞ୍ଚ ହେଉଛନ୍ତି ବିନୀତା । ନଭେମ୍ବର ୨୬ ରେ ଦୀପୁ ଖୁବ୍ ଧୁମ୍ ଧାମ୍ ରେ ବିନୀତା ଏବଂ ତାଙ୍କ ଛୋଟ ଭଉଣୀଙ୍କ ସହିତ ବିବାହ ରଚିଛନ୍ତି । ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ଏହା ଅପରାଧ ଅଟେ ଏବଂ ଏଥିରେ ସାତ ବର୍ଷ ପାଇଁ ଦଣ୍ଡ ମଧ୍ୟ ହୋଇପାରେ ।
ଗ୍ରାମବାସୀଙ୍କ କହିବାନୁଯାୟୀ, ସିକତପୁର ନିବାସୀ ବିନୀତାଙ୍କ ସହିତ ଦୀପୁ ପାରିହରଙ୍କର ୯ ବର୍ଷ ପୂର୍ବେ ବାହାଘର ହୋଇଥିଲା । ଦୁହିଁଙ୍କର ତିନୋଟି ଛୁଆ ମଧ୍ୟ ଅଛନ୍ତି । ପ୍ରକୃତରେ ଦୀପୁଙ୍କ ପ୍ରଥମ ପତ୍ନୀ ବିନୀତାଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହୁଥିବାରୁ ବିନୀତାଙ୍କ ସହମତି ତାଙ୍କ ଛୋଟ ଭଉଣୀକୁ ବିବାହ କରିଥିଲେ ଦୀପୁ ।