ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣତ ପନିପରିବା ଦାମ ଯଦି ଶହେ ଟଙ୍କା ଛୁଏଁ ତାହାଲେ ଲୋକଙ୍କ ଚିନ୍ତା ବଢିଯାଏ । ଯଦି ଆପଣଙ୍କୁ କୁହାଯାଏ ଭେଣ୍ଡି ଦାମ୍ ୮୦୦ ଟଙ୍କା ତେବେ ଆପଣ କଣ କରିବେ । ଆଜ୍ଞା ହଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମିଶ୍ରିଲାଲ ରାଜପୁତ ନାମକ ଜଣେ କୃଷକ ତାଙ୍କ ଜମିରେ ଲାଲ ରଙ୍ଗର ଭେଣ୍ଡି ଚାଷ କରିଛନ୍ତି । ଏହି ଭେଣ୍ଡି ସବୁଜ ଭେଣ୍ଡିଠାରୁ ସମ୍ପୂର୍ଣ୍ଣ ଅଲଗା । ଏହି ଭେଣ୍ଡିର ରଙ୍ଗ ଲାଲ ହେବା ସହ ଏହା ଶରୀର ପାଇଁ ଅନେକ ଉପକାରି ମଧ୍ୟ ।
ଏହି ଲାଲ ରଙ୍ଗର ଭେଣ୍ଡି ମହଙ୍ଗା ଦରରେ ବିକ୍ରି ହେଉଛି । ଏହା ଅଧିକ ପୃଷ୍ଟିକର । ହୃଦଘାତ ଏବଂ ରକ୍ତଚାପ ରୋଗୀଙ୍କ ପାଇଁ ଏହି ଭେଣ୍ଡି ଅତ୍ୟନ୍ତ ଲାଭଦାୟକ । ଏହାବ୍ୟତିତ ମଧୁମେହ ଏବଂ ଉଚ୍ଚ କୋଲେଷ୍ଟ୍ରଲ ସମସ୍ୟା ଥିବା ଲୋକଙ୍କ ପାଇଁ ଏହା ଖୁବ୍ ଉପଯୋଗୀ ।
ଏହି ଭେଣ୍ଡି ଚାଷ କରିବାର ପ୍ରକ୍ରିୟାକୁ ନେଇ କୃଷକ ଜଣଙ୍କ କହିଛନ୍ତି, ବାରଣାସୀର କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ଏହି ଭେଣ୍ଡିର ମଞ୍ଜି କିଣିଥିଲି । ଜୁଲାଇର ପ୍ରଥମ ସପ୍ତାହରେ ଏହା ବୁଣାଯାଇଥିଲା । ପ୍ରାୟ ୪୦ ଦିନ ପରେ, ଏହି ଭେଣ୍ଡିର ଫସଲ ପ୍ରସ୍ତୁତ ହୋଇ ବଜାରକୁ ଆସିଲା ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଏଥିରେ କୌଣସି କ୍ଷତିକାରକ କୀଟନାଶକ ଔଷଧ ବ୍ୟବହାର କରାଯାଇନାହିଁ ।