ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏସବିଆଇ ଗ୍ରାହକଙ୍କ ପାଇଁ ଜରୁରୀ ଖବର । ଯଦି ଆପଣଙ୍କ କୌଣସି ଜରୁରୀ ନେଣଦେଣ କରିବାର ଅଛି ତେବେ ଶୀଘ୍ର ସାରି ଦିଅନ୍ତୁ କାରଣ ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇର ଡିଜିଟାଲ ବ୍ୟାଙ୍କିଂ ସେବା ଆଜି ରାତିରୁ କିଛି ଘଣ୍ଟା ପାଇଁ ବନ୍ଦ ରହିବ । ଏହି ସମୟରେ ଆପଣ ଏସବିଆଇ ର ଇଂଟରନେଟ ବ୍ୟାଙ୍କିଂ ସେବା, ୟୋନୋ, ୟୋନୋ ଲାଇଟ ଏବଂ ୟୁପିଆଇ ସେବାର ଲାଭ ଉଠାଇ ପାରିବେ ନାହିଁ । ଏନେଇ ଏସବିଆଇ ଟ୍ୱିଟ କରି ସୂଚନା ଦେଇଛି ।
ଗ୍ରାହକଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କିଂ ଅଭିଜ୍ଞତା ପ୍ରଦାନ କରିବା ଏବଂ ସୁବିଧାରେ ସୁଧାର ଆଣିବା ପାଇଁ ମେ ୨୧ ରାତି ୧୦ ଟା ୪୫ ରୁ ୨୨ ମେ ରାତି ୧ ଟା ୧୫ ପର୍ଯ୍ୟନ୍ତ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ହେବ ନାହିଁ । ପୁଣି ୨୨ ମେ ଶେଷ ହେବା ପରେ ୨୩ ମେ ରାତି ୨.୪୦ ରୁ ସକାଳ ୬ ଟା ୧୦ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ । ଏହି ସମୟରେ ଗ୍ରାହକଙ୍କ ପାଇଁ ଇଂଟରନେଟ ବ୍ୟାଙ୍କିଂ ସେବା, ୟୋନୋ, ୟୋନୋ ଲାଇଟ ଏବଂ ୟୁପିଆଇ ସେବା ଉପଲବ୍ଧ ହେବ ନାହିଁ ।