ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରଦାତ୍ତାଙ୍କୁ ଆଶ୍ୱସ୍ତି । କେନ୍ଦ୍ରସରକାର ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ରିଭାଇଜଡ ଏବଂ ଅରିଜିନାଲ ରିଟର୍ଣ୍ଣ ଦାଖଲ କରିବାର ସମୟସୀମା ଅବଧି ଆହୁରି ଏକ ମାସ ବୃଦ୍ଧି କରି ଜୁଲାଇ ୩୧ ଏବଂ ଆଧାରକାର୍ଡକୁ ପାନ୍ କାର୍ଡ ସହ ସଂଯୋଗ କରିବାର ସମୟସୀମାକୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡ (ସିବିଡିଟି) ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇ ବର୍ଷ ୨୦୧୯-୨୦ ଅବସରରେ କର ଛାଡ ବିଭିନ୍ନ ଯୋଜନାରେ ନିବେଶ ପାଇଁ ସମୟସୀମା ଏକ ମାସ ବୃଦ୍ଧି କରାଇ ୩୧ ଜୁଲାଇ ୨୦୨୦ କରାଯାଇଛି । ସେହିଅନୁଯାୟୀ କରଦାତା ଆୟକର ଆଇନ ର ଧାରା ୮୦ସି (ଜୀବନ ବୀମା,ପେନସନ କୋଷ ଆଦି), ୮୦ଡି (ଚିକିତ୍ସା ବୀମା) ଏବଂ ୮୦ଜି (ଦାନ) ହିସାବରେ କରଦାତା ୩୧ ଜୁଲାଇ ୨୦୨୦ ପର୍ଯ୍ୟନ୍ତ କର ନିବେଶ କରି ଏହା ଉପରେ ଆର୍ଥିକ ବର୍ଷ ୨୦୧୯-୨୦ରେ କର ଛାଡ ରେ ଆଶ୍ୱସ୍ତି ପାଇ ପାଇ ପାରିବେ ।
ସରକାର ମାର୍ଚ୍ଚ ୨୦୨୦ରେ କରୋନା ପାଇଁ ଟ୍ୟାକ୍ସେସନ ଏବଂ ଅନ୍ୟ ଆଇନ ଅଧ୍ୟାଦେଶ ୨୦୨୦ ଅନୁଯାୟୀ ଆୟକର ଆଇନର ବିଭିନ୍ନ ଅନୁପାଳନର ସମୟସୀମାକୁ ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।
ସିବିଡିଟି ପକ୍ଷରୁ ଜୁନ୍ ୨୪ ରେ ଏକ ଅଧିସୂଚନା ଜାରି କରାଯାଇ ଅନୁପାଳନର ବିଭିନ୍ନ ସମୟସୀମାକୁ ଆହୁରି ଏକ ମାସ ବଢାଇ କରଦତାଙ୍କୁ ଅଶ୍ୱସ୍ତି କରାଯାଇଛି । ବୋର୍ଡ ଦ୍ୱାରା ଜାରି କରାଯାଇଥିବା ବିଜ୍ଞାପନରେ କୁହାଯାଇଛି କି, ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ (ଆକଳନ ବର୍ଷ ୨୦୧୯-୨୦) ମୂଳ ରିଟର୍ଣ୍ଣ ସହିତ ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମାକୁ ୩୧ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।