ବିହାର (ଏଟିଆର ବ୍ୟୁରୋ):ବିହାର ରାଜନୀତି ପୁଣିଥରେ ସରଗରମ । ବିଜେପି ଓ ଜେଡୟୁରେ ଫାଟ । ପୁଣି ଜେଡୟୁ ଓ ଆରଜେଡି ମଧ୍ୟରେ ଗଠବନ୍ଧନର ସଂକେତ । ମଙ୍ଗଳବାର ବିହାର ସୁପ୍ରିମୋ ନିତିଶ କୁମାର ତାଙ୍କର ପୂର୍ବ ସହଯୋଗୀ ଲାଲୁ ପ୍ରସାଦ ଯାଦବଙ୍କୁ ଫୋନ କରି ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ । ତାହା ବି ଲାଲୁଙ୍କ ପୁଅ ତଥା ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କର ଉପସ୍ଥିତିରେ । ଯାହାକୁ ନେଇ ବିହାର ରାଜନୈତିକ ସରଗରମ ହୋଇଛି ।
ଏ ବାବଦରେ ତେଜସ୍ୱୀ ଯାଦବ କହିଛନ୍ତି ଯେ ଜେଡୟୁ ସହିତ ଆରଜେଡିର କଦାପି ଗଠବନ୍ଧନ ହୋଇପାରିବ ନାହିଁ । ନିତିଶ କୁମାର ଜଣେ ବିଶ୍ୱାସଘାତୀ ମଣିଷ । ତାଙ୍କ ଉପରେ ବିଲକୁଲ୍ ଭରଷା ନାହିଁ । କ’ଣ ଗ୍ୱାରିଂଟି ଅଛି, ପୁଣିଥିରେ ଭାଜପା ସହିତ ଗଠବନ୍ଧନ ନକରିବେ । ଆରଜେଡି ନିତିଶର ଫେରିବାକୁ ପ୍ରତ୍ୟାଖ୍ୟାନ କରୁଅଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଏହା ବ୍ୟତୀତ ସେ ଟ୍ୱିଟ୍ କରି କହିଛନ୍ତି ଯେ, ଚାରିମାସ ପୂର୍ବରୁ ନିତିଶ କୁଆଡେ ଯାଇଥିଲେ । । ରବିବାର ମୁମ୍ବାଇର ହାର୍ଟ ଇନଷ୍ଟିଟ୍ୟୁଟରେ ଲାଲୁଙ୍କ ଫିସ୍ତୁଲା ଅପରେସନ ହୋଇଥିଲା । ଏହାର ଖବର ପାଇ ନିତିଶ ମଙ୍ଗଳବାର ଲାଲୁଙ୍କୁ ଫୋନ କରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ହୁଏତ ଭାଜପା ତଥା ଏନଡିଏର ନେତା ହସ୍ପିଟାଲକୁ ଯାଇ ଆରଜେଡି ସୁପ୍ରିମୋଙ୍କ ହାଲଚାଲ ନେଉଥିବା ଖବର ସେ ଜାଣିପାରିଥିଲେ । ସେଥିପାଇଁ ସେ ମଧ୍ୟ ଫୋନ କରି ଲାଲୁଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରିଥିଲେ ।