ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପ୍ରଦୂଷଣର ବିଷ ବଳୟ ଭିତରେ ଏବେ ଭରି ରହିଛି ରାଜଧାନୀ ଦିଲ୍ଲୀ । ଯାହାକୁ ନେଇ ଏବେ ଦିଲ୍ଲୀ ସରକାର ଚିନ୍ତାରେ ରହିଛନ୍ତି । ତେବେ ଏହି ଭିତରେ ସଫର ନାମକ ସସ୍ଥାର ସର୍ଭେ ରିପୋର୍ଟରୁ ଜଣା ପଡିିଛି । ଏହି ଗବେଷଣାରୁ ଜଣାପଡିଛି ୪୧ ପ୍ରତିଶତ ପ୍ରଦୂଷଣର ମୁଖ୍ୟ କାରଣ ରହିଛି ଗାଡି ମଟର ଚଳାଚଳ । ସଫରର ପ୍ରକଳ୍ପ ନିର୍ଦେଶକ ଗୁଫରାନ ବେଗଙ୍କ କହିବା ଅନୁସାରେ ଦିଲ୍ଲୀର ପ୍ରଦୂଷଣ ବୃଦ୍ଧିର ମୁଖ୍ୟ କାରଣ ରହିଛି ସ୍କୁଟର ଓ ବାଇକ । ସେହିଭଳି ଟ୍ରକ ଓ କାର ମଧ୍ୟ ଅଧିକ ପ୍ରଦୂଷଣ କରୁଛି ।
ଏହା ଡିଜେଲରୁ ଚାଲୁଥିବାରୁ ଏଥିରୁ ଅଧିକ ଧୂଆଁ ନିର୍ଗତ ହେଉଛି । ସୂଚନାଯୋଗ୍ୟ ଗତ ମାସରେ ଦିଲ୍ଲୀରେ ପ୍ରଦୂଷଣ ଯେଉଁଭଳି ଭାବରେ ବଢିଥିଲା ତା ସମସ୍ତଙ୍କ ଚିନ୍ତା ବଢାଇ ଦେଇଥିଲା । ଏମିତି କି ଦିଲ୍ଲୀରେ ପାଖାପାଖି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିଥିଲା । ଚଳିତ ବର୍ଷ ଅଡଆଡ ଇଭେନ ଲାଗୁ ହୋଇଥିଲା । ନିଦ୍ଧିଷ୍ଟ ଦିନରେ ନିଦ୍ଧିଷ୍ଟ ନମ୍ବରର ଗାଡି ଚାଲିବା ପାଇଁ ନିୟମ ହୋଇଥିଲା ।