ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାଶ୍ମୀର ଘାଟିରେ ଆତଙ୍କବାଦୀ ଏବଂ ପାକିସ୍ତାନର ସଂଚାଳକ ମଧ୍ୟରେ ସମ୍ପର୍କ ଛିନ୍ନ ହୋଇଛି କିନ୍ତୁ କାଶ୍ମୀର ଲୋକଙ୍କ ସହିତ କୌଣସି ସମ୍ପର୍କରେ ବାଧିତ ହୋଇ ନାହିଁ ବୋଲି ସେନା ମୁଖ୍ୟ ଜେନେରାଲ ବିପିନ୍ ରାୱତ ସୂଚନା ଦେଇଛନ୍ତି । ସେ ଚେନ୍ନାଇରେ ଗଣମାଧ୍ୟମକୁ ସାକ୍ଷାତ କରି କହିଛନ୍ତି କି, ଧାରା ୩୭୦ ହଟିବା ଦ୍ୱାରା କାଶ୍ମୀରରେ ବିକାଶ ହେବ ଏବଂ ଶାନ୍ତି ଆସିବ ।
ପାକିସ୍ତାନ ଆତଙ୍କବାଦୀମାନେ ଆମ ସୀମାକୁ ପ୍ରବେଶ କରିବା ପାଇଁ ସଂଘର୍ଷ ବିରାମ ଉଲ୍ଲଂଘନ କରୁଛନ୍ତି ଏବଂ ଆମେ ଏହାକୁ କଡା ଜବାବ ଦେବା ଜାଣିଛୁ । ଏଭଳି ପରିସ୍ଥିତିରେ କିଭଳି ଭାବେ କାର୍ଯ୍ୟ କରିବୁ ଆମ ସେନାମାନଙ୍କୁ ଜଣାଅଛି । ଆମେ ସତର୍କ ଅଛୁ ଏବଂ ସୁନିଶ୍ଚିତ କରିବୁ କି ଘାଟିରେ ପ୍ରବେଶ ପାଇଁ ପ୍ରୟାସ କରୁଥିବା ଆତଙ୍କବାଦୀଙ୍କୁ ଉଡାଇ ଦିଆଯାଉ ।
ବିପିନ୍ ରାୱତ କହିଛନ୍ତି କି, ବାଲାକୋଟରେ ପୁଣି ଥରେ ଆତଙ୍କି ଆଡାକୁ ସକ୍ରିୟ କରିଛି ପାକିସ୍ତାନ । ଆମେ ଏୟାରଷ୍ଟ୍ରାଇକ କରି ବାଲାକୋଟ ସ୍ଥିତ ଆତଙ୍କି ଆଡାକୁ ଉଡାଇ ଦେଇଥିଲୁ କିନ୍ତୁ ପାକିସ୍ତାନ ପୁଣି ଥରେ ସେହି ସ୍ଥାନରେ ଆତଙ୍କ ଆଡା କଲାଣି ।
ପୁଣିଥରେ ପାକିସ୍ତାନୀ ଆତଙ୍କି ଆଡା ଉପରେ ଏୟାରଷ୍ଟ୍ରାଇକର ପ୍ରଶ୍ନ କୁ ନେଇ ରାୱତ କହିଛନ୍ତି କି , ଆମେ ଏହାକୁ ପୁର୍ନବାର କାହିଁକ କରିବା? ସେମାନଙ୍କୁ ଅନ୍ଦାଜ ଲଗାଇବାକୁ ଦିଆଯାଉ । ଏବେ ଆମ ଉତ୍ତର ଏବଂ ପଶ୍ଚିମ ସୀମା ଉପରେ ଚିନ୍ତା ରହିଛି । ଏହି ସମୟରେ ସକ୍ଷମ ନେତୃତ୍ୱର ଆବଶ୍ୟକ ଯିଏ ସେନାଙ୍କୁ ଲିଡ୍ କରିପାରିବେ ।
ସେ ଆହୁରୀ ମଧ୍ୟ କହିଛନ୍ତି କି , ଆମର ପଶ୍ଚିମ ପଡୋଶୀ ରାଜ୍ୟ ଆତଙ୍କବାଦୀ ବଢାଉଛି ଏବଂ ଜାମ୍ମୁ-କାଶ୍ମୀରରେ ହିଂସା ଖେଳାଇବାକୁ ଚେଷ୍ଟା କରୁଛି । ଆମକୁ ସୁନିଶ୍ଚିତ କରିବା ଉଚିତ୍ କି କୌଣସି ଅନାହୁତ ପ୍ରବେଶ ନହେଉ ।