ଜାମ୍ମୁ-କାଶ୍ମୀର (ଏଟିଆର ବ୍ୟୁରୋ ) ; ବିଜେପି ନେତାଙ୍କୁ ଗୁଳି କରି ହତ୍ୟା । ଜାମ୍ମୁ କାଶ୍ମୀରର କିସ୍ତାୱାଡ଼ାରେ ଜଣେ ବିଜେପି ନେତା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କଲେ ଦୁବୃର୍ତ୍ତ । ମୃତ ବିଜେପି ନେତା ଜଣକ ହେଲେ ଜାମ୍ମୁ କାଶ୍ମୀରର ବିଜେପି ସମ୍ପାଦକ ଅନୀଲ ପରିହାର ଓ ତାଙ୍କ ଭାଇ ଅଜିତ ପରିହାର । ରାଜନୈତିକ ଶତ୍ରୃତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ , ଗତକାଲି ସନ୍ଧ୍ୟା ପ୍ରାୟ ୮ ସମୟରେ ଅନୀଲ ଓ ତାଙ୍କ ଭାଇ ଅଜିତ ନିଜ ଦୋକାନରୁ ଘରକୁ ଫେରୁଥିଲେ । ତେବେ ଏହି ସମୟରେ ଦୁଇ ଜଣ ଦୁବୃର୍ତ୍ତ ଏକ ବାଇକ ଯୋଗେ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଯାଇଥିଲେ ।
ଏହାପରେ ଗୁରୁତର ଅବସ୍ତାରେ ଦୁଇ ଭାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ଲୋକମାନେ ଉତ୍ୟକ୍ତ ହୋଇ ଡାକ୍ତରଖାନା ଓ ପୋଲିସ ଥାନା ଉପରେ ଆକ୍ରମଣ କରିଥିଲେ । ତେବେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଠା କରି ବିଫଳ ହେବା ପରେ ସମ୍ପୃକ୍ତ ସ୍ଥାନରେ କର୍ଫ୍ୟୁ ଜାରି କରିଥିଲା । ସେପଟେ ରାଜ୍ୟ ବିଜେପି ଅଧ୍ୟକ୍ଷ ରବିନ୍ଦର ରାଣା ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଥିବା ବେଳେ ଜାମ୍ମୁ କାଶ୍ମୀର ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅତିଶିଘ୍ର ଦୋଷୀ ଧରାପଡିବ ବୋଲି ପୋଲିସ କହିଛି ।