ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରିୟଙ୍କ ଗାନ୍ଧୀ ଭଦ୍ରା ବର୍ତ୍ତମାନ ମହାସଚିବ ଏବଂ ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀର ପଦ ସମ୍ଭାଳୀ ନାହାନ୍ତି କିନ୍ତୁ ତାଙ୍କର ନିଯୁକ୍ତି ପରେ ହିଁ କଂଗେସ ଉପରେ ବିଭିନ୍ନ ଦଳ ପକ୍ଷରୁ ଆକ୍ରମଣ ହୋଇ ଚାଲିଛି । ଆକ୍ରମଣ ଥମିବାର ନାଁ ଧରୁନି ।
ଏହି କଡା ମୁକାବିଲାରେ ଏବେ ମଧ୍ୟପ୍ରଦେଶ ବିଜେପିର ନେତା ଲୋକେନ୍ଦ୍ର ପରାଶର ପ୍ରିୟଙ୍କାଙ୍କ ଠାରେ ଇନ୍ଦିରା ଗାନ୍ଧୀ ଛବି ଦେଖିବା କଥାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ଲୋକେ ପ୍ରିୟଙ୍କାଙ୍କ ଠାରେ ତାଙ୍କ ଜେଜେ ମା ଙ୍କ ଛବିି ଦେଖୁଛନ୍ତି । ତେବେ ଆଶା କରାଯାଉଛି କି ରାହୁଲଙ୍କ ଠାରେ ଲୋକେ ତାଙ୍କ ଜେଜେ ବାପାଙ୍କ ଛବି ଦେଖୁଥିବେ । ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ନିଜର ମତ ରଖୁନି କାହିଁକି? ଯଦି ସେ ଇନ୍ଦୀରା ଜୀଙ୍କ ନାଁ ନେଇପାରୁଛନ୍ତି ତେବେ ତାଙ୍କ ପତି ଫିରୋଜ ଗାନ୍ଧୀଙ୍କ ନାଁ କାହିଁକି ନୁହେଁ ।
ସବୁଠୁ ବଡ କଥା ଫିରୋଜ ଗାନ୍ଧୀ ଏକ ରାଜନେତା ଏବଂ ପତ୍ରକାର ଥିଲେ । ସେ ୧୯୫୨ରେ ୟୁପିର ପ୍ରତାପଗଢ ସିଟ୍ ଏବଂ ୧୯୫୭ ରେ ରାୟବରେଲୀ ଲୋକସଭା ସିଟ୍ ରୁ ସାଂସଦ ଭାବେ ବାଛା ହୋଇଥିଲେ । ବର୍ଷ ୧୯୪୨ ରେ ସେ ଇନ୍ଦୀରା ନେହେରୁଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପୁଅ ରାଜୀବ ଗାନ୍ଧୀ ଏବଂ ସଞ୍ଜୟ ଗାନ୍ଧୀ ।