ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଜନତା ପାର୍ଟିର ଅଫିସିଆଲ ୱେବସାଇଟ୍ (http://www.bjp.org) ହ୍ୟାକ୍ ହୋଇଯାଇଛି । ଏହାସହିତ ୱେବସାଇଟରେ ଅଶ୍ଳୀଳ ଭାଷା ଉପଯୋଗ କରାଯାଇଛି । ମାତ୍ର ଏନେଇ ବିଜେପି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଆସି ନାହିଁ ।
ଆଜି ସକାଳ ପ୍ରାୟ ୧୧ ଟା ୩୦ ସମୟରେ ୱେବସାଇଟ ଖୋଲିଲା ବେଳକୁ ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ମାନୀର ଚାଂସେଲର ଏଞ୍ଜେଲା ସର୍କେଲଙ୍କ ଏକ ଭିଡିଓ ଦେଖିବାକୁ ମିଳିଥିଲା । ଏହାସହିତ ଏହି ଭିଡିଓ ଉପରେ ଅଶ୍ଳୀଳ ଭାଷା ମଧ୍ୟ ଉପଯୋଗ କରାଯାଇଥିଲା । ମାତ୍ର କିଛି ସମୟ ପରେ ସାଇଟ୍ ଖୋଲିବା ବନ୍ଦ ହୋଇଯିବା ସହ ଏରର ମେସେଜ ଦେଖାଇଥିଲା । ଏଭଳି ଏରର ମେସେଜ୍ ଅନେକ ସମୟ ପର୍ଯ୍ୟନ୍ତ ରହିଥିଲା ।
ଏହି ୱେବସାଇଟ୍ ଟି ବର୍ଷ ୧୯୯୫, ଡିସେମ୍ବର ୨୬ ରେ ପଞ୍ଜିକୃତ କରାଯାଇଥିଲା । ଏହି ୱେବସାଇଟ ଅକ୍ଟୋବର ୧୦, ୨୦୧୮ ପରେ ଆଉ ଅପଡେଟ ହୋଇନାହିଁ ବୋଲି କୁହାଯାଉଛି ।
ଏନେଇ କଂଗ୍ରେସର ସୋସିଆଲ ମିଡିଆ ପ୍ରଭାରୀ ଦିବ୍ୟ ସ୍ପନ୍ଦନା ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ୱେବସାଇଟ୍ ହ୍ୟାକ୍ ହେବା ପରେ ଲୋକଙ୍କୁ ଦେଖିବା ପାଇଁ କହୁଛନ୍ତି ।
Bhaiya aur Bhehno if you’re not looking at the BJP website right now- you’re missing out
— Divya Spandana/Ramya (@divyaspandana) March 5, 2019