ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭର୍ତ୍ତମାନଙ୍କ ସାହାସ ଏବଂ ବୀର ପଣିଆ ପାଇଁ ଦେଶ ଗର୍ବ ଅନୁଭବ କରୁଛି । ଅଭିନନ୍ଦନଙ୍କ ପ୍ରତ୍ୟେକଟି ଜିନିଷକୁ ଲୋକେ ଅନୁସରଣ କରିବାରେ ଲାଗିଛନ୍ତି । ଇତି ମଧ୍ୟରେ ଅଭିନନ୍ଦନଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ ଏବେ ରାଜସ୍ତାନର ସ୍କୁଲ ଛାତ୍ରଛାତ୍ରୀ ଅଭିନନ୍ଦନଙ୍କ ବୀର ପଣିଆର କାହାଣୀ ପଢିବେ ।
ରାଜସ୍ତାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ କହିଛନ୍ତି କି, ସ୍କୁଲ ପାଠ୍ୟକ୍ରମରେ ଅଭିନନ୍ଦନଙ୍କ କାହାଣୀ ଯୋଡା ଯିବ । ଅଭିନନ୍ଦନଙ୍କୁ ସମ୍ମାନ ଜଣାଇବା ପାଇଁ ସରକାର ଏଭଳି ନିଷ୍ପିତି ନେଇଛନ୍ତି । ଏହାସହିତ ପାଠ୍ୟକ୍ରମ ସମୀକ୍ଷା ପାଇଁ ସମିତ ମଧ୍ୟ ଗଠନ କରାଯାଇଛି ।
ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନର ଯୁଦ୍ଧ ବିମାନକୁ ଗୁଳି କରି ତଳକୁ ଖସାଇବେ ପରେ ଭୁଲ୍ ବସତଃ ପାକିସ୍ତାନର ସୀମାରେ ଖସି ପଡିଥିଲେ । ଏହାପରେ ସେ ପାକିସ୍ତାନୀ ସେନାଙ୍କ ଅଧିନରେ ରହିଥିଲେ । ଦୁଇ ଦିନ ଯାଏଁ ଅଭିନନ୍ଦନ ପାକିସ୍ତାନ କବଳରେ ରହିବା ପରେ ଭାରତକୁ ଫେରିଥିଲେ ।
ଏହାପରେ ଭାରତରେ ଅଭିନନ୍ଦନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବା ସହ ତାଙ୍କୁ ସମସ୍ତ ବିଷୟରେ ପଚରା ଉଚରା କରାଯାଇଥିଲା । ଅଭିନନ୍ଦନଙ୍କ କହିବାନୁଯାୟୀ ପାକିସ୍ତାନ ପକ୍ଷରୁ ତାଙ୍କୁ କୌଣସି ପ୍ରକାର ଶାରିରୀକ ପୀଡା ଦିଆଯାଇନଥିଲା । ବରଂ ତାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଇଥିଲା ।