ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଏହାରି ମଧ୍ୟରେ ବୃଦ୍ଧି ହେବାରେ ଲାଗିଛି ଅଶୋଧିତ ତୈଳ ଦର । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ମୂଲ୍ୟ ୧୧୦ ଡଲାରକୁ ବୃଦ୍ଧି ହୋଇଛି । ଏହି ସମୟରେ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଇଏଫ୍) ବିଶ୍ୱରେ ଶକ୍ତି ସଙ୍କଟ ବୃଦ୍ଧି ହେବାର ଚେତାବନୀ ଦେଇଛି ।
ଯୁଦ୍ଧ ପାଇଁ ପ୍ରଭାବିତ ହୋଇଛି ଋଷରୁ ଅଶୋଧିତ ତୈଳ ଯୋଗାଣ । ଅଶୋଧିତ ତୈଳ ଦରରେ ୭ ପ୍ରତିଶତ ବୃଦ୍ଧି ହୋଇଛି ।
ଏନେଇ ଆଇଇଏ ପକ୍ଷରୁ କୁହାଯାଇଛି କି, ତୈଳ ସଂରକ୍ଷଣ ଅପେକ୍ଷା ଦ୍ରୁତ ଗତିରେ ରିଲିଜ୍ ହେବା ପରେ ଏହାର ମୂଲ୍ୟରେ କୌଣସି ପ୍ରଭାବ ପଡିବ ନାହିଁ । ଯଦି ଏହି ବୃଦ୍ଧି ଜାରି ରହିବ । ତେବେ ସାରା ଦୁନିଆରେ ଶକ୍ତି ସଙ୍କଟ ହୋଇପାରେ ।