ରାଜକୋଟ (ଏଟିଆର ବ୍ୟୁରୋ): ଦେଶରେ ଦେଶଭକ୍ତି ଏବଂ ଉଲ୍ଲାସ ଉଦ୍ଦୀପନାର ସହ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ଅନେକ ସ୍ଥାନରେ ପତାକା ଉତ୍ତୋଳନ ସମେତ ବିଭିନ୍ନ ଦେଶାତ୍ମକବୋଧ କାର୍ଯ୍ୟକ୍ରମମାନ ମଧ୍ୟ କରାଯାଇଛି । ହିନ୍ଦୁ, ମୁସଲମାନ୍ ସମେତ ଭିନ୍ନ ଭିନ୍ନ ଜାତିର ଲୋକମାନେ ସମ୍ପୂର୍ଣ୍ଣ ଦେଶଭକ୍ତିର ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ବୋଟାଦରେ ଗଣତନ୍ତ୍ର ଦିବସରେ ଭଗବାନ ହନୁମାନଙ୍କୁ ଶୃଙ୍ଗାର କରାଯାଇଥିଲା । କେବଳ ଏତିକି ନୁହେଁ ହନୁମାନଙ୍କ ଆଖପାଖରେ ତ୍ରିରଙ୍ଗା ପତାକା ଉଡା ଯାଇଥିଲା । ଅନେକ ସଂଖ୍ୟାରେ ଭକ୍ତମାନେ ଭଗବାନଙ୍କ ଏଭଳି ନିଆରା ସ୍ୱରୂପକୁ ଦର୍ଶନ କରିଥିଲେ ।
ଗୋଣ୍ଡଲର ଶ୍ରୀନାଥଗଡରେ ସୋଲଂକି ପରିବାରର ପୁତ୍ରର ବିବାହ ଥିଲା । ବର ବିବେକ ସୋଲଂକି ଏବଂ ବଧୂ ଶ୍ରଦ୍ଧା ବରଯାତ୍ରୀଙ୍କ ସହ ମିଶି ପତାକା ଉତ୍ତୋଳନ କରିଥିଲେ । ଖାଲି ସେତିକି ନୁହେଁ ତାଙ୍କ କାର୍ ର ଡେକେରେସନ୍ ଭି ତ୍ରିରଙ୍ଗା ପତାକାରେ ହୋଇଥିଲା । ବରର ଏହି ଦେଶପ୍ରେମକୁ ଦେଖି ଲୋକେ ଖୁବ୍ ପ୍ରଶଂସା କରିଛନ୍ତି ।
ସେହିପରି ରାଜକୋଟ ଜଙ୍ଗଲେଶ୍ୱର ଅଞ୍ଚଳରେ ମୁସଲମାନ ଛୁଆମାନେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି । ମୁସଲମାନ ବିରାଦ୍ରି ତ୍ରିରଙ୍ଗାକୁ ସଲାମ କରି ଲୋକଙ୍କୁ ଜାନୁଆରୀ ୨୬ର ଶୁଭକାମନା ଜଣାଇଥିଲେ । ଏହାସହିତ ଏକତା ପାଇଁ ଅପିଲ ମଧ୍ୟ କରିଛନ୍ତି ।
ଏହାବ୍ୟତିତ ସହରର ଅନେକ ସ୍ଥାନରେ ଦେଶଭକ୍ତିର ସହ ପତାକା ଉତ୍ତୋଳନ କରାଯାଇଛି ।