ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯକ୍ତଙ୍କ ଫାଶୀ ଆବେଦନ ତାରିଖ ଘୁଞ୍ଜିବା ପରେ ଏବେ ରାଜକ୍ଷମା ଆବେଦନକୁ ବିଲୋପ କରିବା ପାଇଁ ଦାବି କରିଛନ୍ତି ନିର୍ଭୟାଙ୍କ ବାପା ।
ରାଜକ୍ଷମା ଆବେଦନ ଓ ଏହା ପରେ ଅପରାଧିକୁ ମିଳୁଥିବା ୧୪ ଦିନର ବ୍ୟବସ୍ଥାକୁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ରଦ୍ଦ କରିବାକୁ ସେ ଦାବି କରିଛନ୍ତି । ଅନ୍ୟପଟେ ରାଷ୍ଟ୍ରପତି ମଧ୍ୟ ଏହି ନିକଟରେ କହି ସାରିଛନ୍ତି ଅଭିଯୁକ୍ତଙ୍କୁ ରାଜକ୍ଷମା ଆବେଦନ କରିବାର ସୁଯୋଗ ଦିଆନଯାଉ ।
ଅଭିଯୁକ୍ତ ମାନେ ନ୍ୟାୟିକ ବ୍ୟବସ୍ଥାରେ ଥିବା ଏହି ବ୍ୟବସ୍ଥାର ଅନେକ ସମୟରେ ଦୂରୁପଯୋଗ କରୁଥିବା ଦେଖିବାକୁ ମିଳୁଛି ଅଭିଯୁକ୍ତ ମାନେ ଫାଶୀ ଦଣ୍ଡାଦେଶ ତାରିଖ ଘୋଷଣା ହୋଇ ସାରିବା ପରେ ରାଜକ୍ଷମା ଆବେଦନ କରୁଛନ୍ତି । ଏହି ବ୍ୟବସ୍ଥାରେ ରହିଛି ରାଜକ୍ଷମା ଆବେଦନ ପରେ ଅଭିଯୁକ୍ତକୁ ଅତିରିକ୍ତ ୧୪ ଦିନର ସମୟ ଦିଆଯାଉଛି । ଏବଂ ବିଭିନ୍ନ ଗଳାବାଟ ଦେଇ ଦଣ୍ଡମାତ୍ରାକୁ କମାଇବା ପାଇଁ ଅଭିଯୁକ୍ତ ପ୍ରଚେଷ୍ଟା କରୁଛନ୍ତି ।
ଦେଶରୁ ଅପରାଧ କମାଇବା ପାଇଁ ସରକାର ଯଦି ଆନ୍ତରିକତାର ସହିତ ଚାହୁଁଛନ୍ତି ତେବେ ଏହି ବ୍ୟବସ୍ଥାକୁ ରଦ୍ଧ କରିବା ପାଇଁ ଏକ ବିଲ ଆଗତ କରି ଏହାକୁ ହଟାଇ ଦିଅନ୍ତୁ ବୋଲି ନିର୍ଭୟାଙ୍କ ବାପା ବଦ୍ରିନାଥ ସିଂ କହିଛନ୍ତି ।
ରାଜକ୍ଷମା ବ୍ୟବସ୍ଥା ଦ୍ୱାରା ଅନେକ ସମୟରେ ଅପରାଧୀ ମାନଙ୍କୁ ଫାଶୀ ଦଣ୍ଡାଦେଷରୁ ମୁକ୍ତି ମିଳିଯାଉଛି । ଏଥିପାଇଁ ରାଜକ୍ଷମା ଆବେଦନ ସମ୍ପୁର୍ଣ୍ଣ ରୁପେ ହଟାଇ ଦେବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଛି ।