ଆଗ୍ରା ( ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ ଦୁଷ୍କର୍ମକୁ ନେଇ ଚିନ୍ତା ବଢିଛି । ଦେଶ ଭିତରେ ପ୍ରତିଦିନ କୋଉଠି ନାଁ କୋଉଠି ଜଣେ ମହିଳା ଦୁଷ୍କର୍ମ ଶୀକାର ହେଉଛି । ଯେଉଁ ଖବର ଏବେ ଚିନ୍ତାର କାରଣ ପାଲଟିଛି । ମାତ୍ର ଏବେ ଆଗ୍ରାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତକୁ ଚକିତ କରିଛି । ଜଣେ ଯୁବତୀଙ୍କୁ ତାଙ୍କ ଭାଇର ସାଙ୍ଗମାନେ ଦୁଷ୍କର୍ମ କରିଛନ୍ତି । ଖବର ମୁତାବକ ଯୁବତୀ ଜଣଙ୍କ କୋଚିଂ ଯାଉଥିବା ବେଳେ ଯୁବକ ମାନେ ଏକ କାରରେ ତାଙ୍କ ପାଖରେ ପହଞ୍ଚିଥିଲେ । ତାଙ୍କ ଭାଇ ଆଗରେ ଆକସିଡେଣ୍ଟ ହୋଇଛନ୍ତି ବୋଲି କହିଥିଲେ ।
ଯୁବତୀ ଜଣଙ୍କ କାରରେ ବସିବା ପରେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ପରେ ତାଙ୍କୁ କାରରେ ଆଣି ଫିରୋଜବାଦରେ ଛାଡି ଦେଇଥିଲେ । ଯୁବତୀ ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଆଗ୍ରା ଆଇଜି । ଏନେଇ ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି । ଏଥିରେ ଚାରି ଜଣ ଯୁବକ ସମ୍ପୃକ୍ତ ଥିବା ସୂଚନା ମିଳିଛି । ସେଥି ମଧ୍ୟରୁ ୩ ଜଣଙ୍କୁ ଯୁବତୀ ଚିହ୍ନଟ କରିଥିବା ବେଳେ ଜଣେ ଅଜଣା ରହିଛନ୍ତି ।