ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ଲୋକ ସଭାରେ ୨୦୨୦-୨୦୨୧ ପାଇଁ ବଜେଟ୍ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଏହି ସମୟରେ ସୀତାରମଣ କହିଛନ୍ତି ଯେ, ଜିଏସଟି କରିଥିବା ଲୋକ ଆଜି ଆମ ଗହଣରେ ନାହାଁନ୍ତି । ଏହି ଅବସରରେ ସୀତାରମଣ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ତେବେ ଏହି ବଜେଟ୍ରେ ପୌରପାଳିକାରେ ଇଞ୍ଜିନିୟରଙ୍କୁ ୧ ବର୍ଷ ଇଣ୍ଟର୍ଣ୍ଣସିପର ସୁବିଧା ମିଳିବ । ଏହା ଦ୍ୱାରା ଯୁବ ଇଞ୍ଜିନିୟର ମାନଙ୍କୁ ବ୍ୟାପକ ସୁଯୋଗ ମିଳିବ । ମେଡିକାଲ ଡିଭାଇସ୍ ଟ୍ୟାକ୍ସରେ ନିର୍ମାଣ ହେବ ହସ୍ପିଟାଲ । ଏହା ଦ୍ୱାରା ମେଡିକାଲ ସମସ୍ୟା ଦୂର କରିହେବ ।
ଦେଶରେ ଜଳାଭାବ ଦେଖାଯାଉଥିବା ୧୦୦ ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । କିଶାନ୍ ରେଲ୍ ପ୍ରତିଷ୍ଠା କରାଯିବ । ଏହା କୃଷି ଉତ୍ପାଦର ପରିବହନରେ ବଡ ଭୁମିକା ନେବ । କୃଷି କ୍ଷେତ୍ରରେ ଉଦାରୀକରଣ ପାଇଁ ପଦକ୍ଷେପ ନିଆଯିବ । ଏହା ହେଉଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ସାଧାରଣ ବଜେଟ । ଏହି ବଜେଟ ଲୋକ ମାନଙ୍କର ଆୟ ବୃଦ୍ଧି କରିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି ।