ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନା କରିଛନ୍ତି । ଏହି ବଜେଟ୍ ରେ ସେ ବିଭିନ୍ନ କ୍ଷେତ୍ରକୁ ସାମିଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ବଜେଟ୍ ୨୦୨୧ ର ୨୧ ବଡ କଥା ।
– ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ଖର୍ଚ୍ଚକୁ ୧୩୭ ପ୍ରତିଶତ ବଢାଇ ୨.୨୩ ଲକ୍ଷ କୋଟି ଟଙ୍କା କରାଯାଇଛି ।
– କରୋନା ଟୀକା ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟୟ ପ୍ରଦାନ ।
– କରୋନାରୁ ରକ୍ଷା ପାଇବା ପାଇଁ ଦେଶରେ ଏବେ ଦୁଇଟି ଟୀକା ଉପଲବ୍ଧ, ସେହିପରି ଖୁବ୍ ଶୀଘ୍ର ଆଉ ଦୁଇଟି ଟୀକା ଜାରି କରାଯିବ ।
– ଆର୍ଥିକ ବର୍ଷରେ ପୁଞ୍ଜି ବ୍ୟୟକୁ ବୃଦ୍ଧି କରାଯାଇ ୫,୫୪ ଲକ୍ଷ କୋଟି ଟଙ୍କା କରାଯାଇଛି ।
– ଚଳିତ ଆର୍ଥିକ ବର୍ଷ ପାଇଁ ଆର୍ଥିକ ନିଅଣ୍ଟ ୯.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି, ଯାହା ବଜେଟର ଆକଳନ ଠାରୁ ୩.୫ ପ୍ରତିଶତ ଅଧିକ।
– ଆସନ୍ତା ଆର୍ଥିକ ବର୍ଷ ପାଇଁ ଆର୍ଥିକ ନିଅଣ୍ଟ ୬.୮ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ସରକାର ୧୨ ଲକ୍ଷ କୋଟି ଟଙ୍କାର ଋଣ ନେବେ।
– ୨୦୨୫-୨୬ ସୁଦ୍ଧା ଆର୍ଥିକ ନିଅଣ୍ଟକୁ ୪.୫ ପ୍ରତିଶତକୁ ହ୍ରାସ କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି।
– ଟିକସ ପ୍ରସ୍ତାବ: ୭୫ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଆଇଟିଆର (ଆୟକର ରିଟର୍ଣ୍ଣ) ଦାଖଲ କରିବା ବାଧ୍ୟତାମୂଳକ ନୁହେଁ, ବ୍ୟାଙ୍କଗୁଡିକ ଟିଡିଏସ (ଉତ୍ସରେ ଟିକସ ରିହାତି) କାଟିବେ।
– ଆୟକର ମାମଲାକୁ ପୁର୍ନବାର ଖୋଲିବା ପାଇଁ ସମୟ ସୀମା ହ୍ରାସ କରି ୩ ବର୍ଷ କରାଯାଇଛି ।
– ଆୟକର ରିଟର୍ଣ୍ଣ କରୁଥିବା ଲୋକଙ୍କ ସଂଖ୍ୟା ୨୦୨୦ ରେ ବୃଦ୍ଧି ହୋଇ ୬.୩୧ କୋଟି ହୋଇଛି ଯାହା ୨୦୧୪ ମସିହାରେ ୩.୩୧ କୋଟି ଥିଲା ।
– କୃଷି ଭିତ୍ତିଭୂମି ସୁନା, ଚାନ୍ଦୀ ଉପରେ ୨.୫ ପ୍ରତିଶତ ।
– ବଜେଟରେ କାବୁଲି ଚଣା ଉପରେ ୩୦ ପ୍ରତିଶତ, ମଟର ଉପରେ ୧୦ ପ୍ରତିଶତ, ବଙ୍ଗଳା ଚଣା ଉପରେ ୫୦ ପ୍ରତିଶତ, ମସୁର ଉପରେ ୨୦ ପ୍ରତିଶତ ରହିଛି । ସେହିପରି ପେଟ୍ରୋଲ ଉପରେ ୨.୫ ଟଙ୍କା ଏବଂ ଡିଜେଲ ଉପରେ ୪ ଟଙ୍କା କୃଷି ସେସ୍ ଲଗାଯାଇଛି ।
– ଫେବୃଆରୀ ୨ ରୁ ନୂତନ କୃଷି ଭିତ୍ତିଭୂମି ବିକାଶ ସେସ୍ ପ୍ରଯୁଜ୍ୟ ହେବ ।
– ପ୍ରବାସୀ ଭାରତୀୟ (ଏନଆରଆଇ) ଙ୍କୁ ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଅଧିସୂଚିତ କରିବ କର ବିଭାଗ ।
– ଶସ୍ତା ଘର ପାଇଁ ସୁଧ ଦେୟ ଉପରେ ୧.୫ ଲକ୍ଷ ଟଙ୍କା ରିହାତି ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି
– ଡିଜିଟାଲ ଉପାୟରେ ଅତ୍ୟଧିକ କାମ କରୁଥିବା କମ୍ପାନୀ ପାଇଁ ଅଡିଟ ଛାଡ ର ସୀମା ଦୁଇଗୁଣା କରି ୧୦ କୋଟି ଟଙ୍କା କରାଯାଇଛି ।
– ସୀମା ଶୁଳ୍କରେ ପୁରୁଣା ଚାରି ଶହ ଛାଡ଼ର ସମୀକ୍ଷା ପାଇଁ ପ୍ରସ୍ତାବ, ଅକ୍ଟୋବର ୨୦୨୧ ରୁ ଗଭୀର ଭାବେ ବିଚାର କରାଯିବ ।
– ଗାଡିର କିଛି ଉପକରଣରେ ସୀମା ଶୁଳ୍କ ବଢାଯାଇଛି ।
– ବୀମା କ୍ଷେତ୍ରରେ ଏଫଡିଆଇ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
– ୧.୭୫ ଲକ୍ଷ କୋଟି ଟଙ୍କାରେ ବିନିଯୋଗ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି।
– ବଜେଟରେ ୬୪,୧୮୦ କୋଟି ଟଙ୍କାର ଆବଣ୍ଟନ ସହିତ ଆତ୍ମନିର୍ଭର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ ।